ରାଉରକେଲା : ଇସ୍ପାତ ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି।। ମୁକ୍ତା, ଜାଗାମିଶନ ଯୋଜନାରେ ସାମିଲ ପାଇଁ ନିବେଦନ।

0 370

ରାଉରକେଲା : ୨୫/୭ (ସତ୍ୟାନ୍ୟୁଜ) ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଣୟନ କରା ଯାଇଥିବା ବିଭିନ୍ନ ଯୋଜନାର ଲାଭ ପାଉନାହାନ୍ତି ରାଉରକେଲା ଇସ୍ପାତ ସହରାଞ୍ଚଳ ବସ୍ତି ବାସିନ୍ଦା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ। ଏହି ଅଞ୍ଚଳ ପଞ୍ଚାୟତ କିମ୍ବା ବ୍ଲକ ଏରିଆରେ ଆସୁନାହିଁ। ରାଉରକେଲା ଇସ୍ପାତ କାରଖାନା ଅଧୀନରେ ରହିଛି ଇସ୍ପାତ ସହରାଞ୍ଚଳ। ଆରଏସପି କର୍ତ୍ତୃପକ୍ଷ ନିଜ କର୍ମଚାରୀଙ୍କ ପାଇଁ ବାସଗୃହ ସମେତ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିଛନ୍ତି। ଏହି କର୍ମଚାରୀଙ୍କୁ ସେବା ପ୍ରଦାନ କରୁଥିବା ଲୋକ ଏବଂ ତାଙ୍କ ପରିବାର ରହନ୍ତି ବସ୍ତି ଅଞ୍ଚଳରେ। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦା ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ପାଉଛନ୍ତି। କିନ୍ତୁ ଇସ୍ପାତ ସହରାଞ୍ଚଳରେ ବାସ କରୁଥିବା ବସ୍ତି ବାସୀ କେତେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି।

ଇସ୍ପାତ ସହରାଞ୍ଚଳ ଓ ଦକ୍ଷିଣ ରାଉରକେଲାରେ ଗଠିତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ମୁକ୍ତା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ନିବେଦନ କରାଯାଇଛି।ଏହା ଫଳରେ ମହିଳା ମାନେ ସ୍ବାବଲମ୍ବୀ ଓ ଆତ୍ମନିର୍ଭରଶୀଳ ହୋଇପାରିବେ ।
ସହରାଞ୍ଚଳ ବସ୍ତିରେ ବସବାସ କରୁଥିବା ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରେ ଅନ୍ତର୍ଭୁକ୍ତ କରିବା ଦାବି ସହ ଜାଗା ମିଶନ ଯୋଜନାରେ ସାମିଲ କରିବାକୁ ନିବେଦନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ପ୍ରାକାନ୍ତ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀଙ୍କ ନେତୃତ୍ୱରେ ମହିଳା ମାନେ ଏଡିଏମ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ପଠାଇଥିଲେ।

Leave A Reply

Your email address will not be published.