ରାଇରଙ୍ଗପୁର : ୨୫/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମିଶନ ଶକ୍ତି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଏବେ ମହିଳା ମାନେ ସ୍ୱାବଲମ୍ବୀ ହୋଇ ପାରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱାବଲମ୍ବୀ ହେବାପାଇଁ ସମସ୍ତ ସାହାଯ୍ୟ ମଧ୍ୟ ଯୋଗାଇ ଦିଆଯାଉଛି। ରାଇରଙ୍ଗପୁରର ଏମଜିପିଏଲ ସଂସ୍ଥା ମହିଳାମାନଙ୍କୁ ଶସକ୍ତିକରଣ କରିପାରିଛି ଏହି ମାଧ୍ୟମରେ । ଧୂପକାଠି,ଛେଳି ଚାଷ, ଛତୁଚାଷ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କୁଟୀର ଶିଳ୍ପ ମାଧ୍ୟମରେ ଆଜି ମହିଳା ମାନେ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ରାଇରଙ୍ଗପୁର ସହର କଚେରୀ ପଡିଆ ଇନଡୋର ଷ୍ଟାଡିୟମ ଠାରେ ଏମଜିପିଏଲ ର ‘ଅନନ୍ୟା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିନେ ତାରକା ବର୍ଷା ପ୍ରିୟଦର୍ଶିନୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଧରିତ୍ରୀ ରାଉତ ଯୋଗ ଦେଇଥିଲେ। ସଙ୍ଘର୍ଷ ରତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ମୁଖ୍ୟ ଅତିଥି ବର୍ଷା ଉତ୍ସାହିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସଭାପତି ଲୀଳାବତୀ ମହାନ୍ତ,ବ୍ଲକ ସମ୍ପାଦକ ଶାନ୍ତିଲତା ପାତ୍ର,ସ୍ବୟଂ ସହାୟକ କର୍ମୀ ସୁତପା ମଣ୍ଡଳ,ବାଉଁଶ କଳା କର୍ମୀ ସୁଧାବାଳା ପଟ୍ଟନାୟକ,ଅଙ୍ଗନୱାଡି କର୍ମୀ କାନନ୍ଦିନୀ ମହାନ୍ତ,ସାଇ ଆଦର୍ଶ ବିଦ୍ୟାଳୟ ଏବଂ ଅନୁଷ୍ଠାନ ,ବାରିପଦାର ଅଶୋକ ବୁଗୁଲୋ ଏବଂ ନାରୀ ନେତ୍ରୀ ତନୁଜା ମହାନ୍ତଙ୍କୁ ସମ୍ମାନିତ କରାଯାଇଥିଲା | ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ଦୀର୍ଘବର୍ଷ ହେଲା ସଂଘର୍ଷ କରି ସଫଳତା ହାସଲ କରିଥିବା ମହିଳା ମାନଙ୍କୁ ଏମଜିପିଏଲ ତରଫରୁ ପୁରସ୍କୃତ କରାଯାଇଥିଲା। ଶେଷରେ ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା ।