ବଣାଇ : ୨୫/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା କ୍ୱାନ୍ କି ଡୋ ଚାମ୍ପିଅନସିପ ଉଦଯାପିତ ହୋଇ ଯାଇଛି। ବଣାଇ ଇନଡୋର ଷ୍ଟାଡିଅମରେ ଅୟୋଜିତ ଏହି ଚମ୍ପିଆନସିପ ରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୧୩୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଚାମ୍ପିଅନସିପରେ ସ୍ଵତନ୍ତ୍ର ଅତିଥି ଭାବେ ବଣାଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବଣାଇ ଉପଜିଲ୍ଲପାଳ ସୁରଞ୍ଜନ କୁମାର ସାହୁ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସିମ୍ରୋକ ତଥା ସେଣ୍ଟ ଜାଭିୟର୍ସ ସ୍କୁଲର ମ୍ୟାନେଜିଙ୍ଗ ଡାଇରେକ୍ଟର ରାଜୁ ପୃସେଠ୍ ଏଵଂ କ୍ୱାନ କି ଡୋ ଆସୋସିଏସନ୍ ରାଜ୍ୟ ସମ୍ପାଦକ ସଚିଦାନନ୍ଦ ବିଶ୍ବାଳ ଯୋଗ ଦେଇଥିଲେ।
କ୍ଵlନ୍ କି ଡୋ ଆସୋସିଏସନ୍ ଓଡ଼ିଶା ର ରେଫରୀ କମିସନ ଦେବେନ୍ଦ୍ର ପ୍ରଧାନ, ସୁରେଶ ତନ୍ତୀ ଯୋଗଦାନ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଚମ୍ପିୟାନଶିପ କୁ ଉଦଘ୍lଟନ କରିଥଲେ ।ଏହି ଚାମ୍ପିଅନସିପ ରେ କ୍ଵlନ କି ଡୋ ମାର୍ଶାଲ ଆର୍ଟ ବିଷୟରେ ପ୍ରତିଯୋଗୀ ମାନଙ୍କୁ ମାର୍ଶାଲ ଆର୍ଟ ସମସ୍ତେ ଶିଖିବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ ଏବଂ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ମାନପତ୍ର ପ୍ରଦାନ କରିଥିଲେ। ଉଦଯାପନୀ ଏହି ଚାମ୍ପିଅନସିପ କୁ ସୁନ୍ଦରଗଡ ଜିଲ୍ଲା କ୍ଵlନ କି ଡୋ ଆସୋସିଏସନ୍ ର ସଭପତି ତଥା ମୁଖ୍ୟ ବିଶ୍ୱଜିତ୍ ବାରିକ୍ ପରିଚାଳନା କରିଥିଲେ