ରାଉରକେଲା : ୧୯ ନମ୍ବର ସେକ୍ଟର ଡାକ ଘରେ ପୁଣି ଚୋରି ଉଦ୍ୟମ।। ଏଆର କଣ୍ଡିସନ କାଢି ଚୋର ମାନେ ପୋଷ୍ଟ ଅଫିସରେ ପଶିଥିଲେ।
ରାଉରକେଲା : ୨୪/୭ (ସତ୍ୟାନ୍ୟୁଜ) ରାଉରକେଲା ୧୯ ନମ୍ବର ସେକ୍ଟରରେ ଥିବା ପୋଷ୍ଟ ଅଫିସ ଚୋର ମାନଙ୍କର ସଫ୍ଟ ଟାର୍ଗେଟ ପାଲିଟିଛି। ବର୍ଷକ ତଳେ ଏହି ଡାକ ଘରୁ କବାଟ ଭାଙ୍ଗି ଚୋରି ହୋଇଥିଲା। ପୁଣି ରବିବାର ରାତିରେ ଏହି ପୋଷ୍ଟ ଅଫିସରେ ଚୋର ମାନେ ପଶି ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ଏଥର ଏଆରକଣ୍ଡିସନକୁ କାଢି ଚୋର ମାନେ ଡାକଘର ଭିତରେ ପଶିଥିଲେ। ଡାକଘର କର୍ତ୍ତୃପକ୍ଷଙ୍କ ଏତେଲା ପରେ ୧୯ ନମ୍ବର ସେକ୍ଟର ଥାନା ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ତେବେ ଏହି ଡାକ ଘରେ ବାରମ୍ବାର ଚୋରି ଉଦ୍ୟମ ହେଉଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନଥିବା ଦେଖିବାକୁ ମିଳୁଛି।