ବାରିପଦା : ୪ଟି ବାଘ ଛାଲ ଜବତ କଲା ବନବିଭାଗ।। ୩ ଅଭିଯୁକ୍ତ ଗିରଫ।।୨ ଫେରାର। ବନବିଭାଗର ଅଧିକ ତଦନ୍ତ ଜାରି।

0 548

ବାରିପଦା : ୨୪/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଶିମିଳିପାଳ ତଥା ବାରିପଦା ବନ ବିଭାଗ କୁ ମିଳିଛି ବଡ଼ ସଫଳତା। ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୪ଟି ବାଘ ଛାଲ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଏ ବାବଦରେ ଅଧିକ ତଦନ୍ତ ଚାଲିଥିବା
ଡି ଏଫ ଓ କହିଛନ୍ତି।
ବାରିପଦା ବନଖଣ୍ଡ ଅଧିନରେ ଥିବା ଡୁକୁରା ରେଞ୍ଜ ର ବହଳଦା ଗାଁ ରେ ବନ ବିଭାଗ ଚଢାଉ କରି ଏହି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି।
ବାରିପଦା ବନଖଣ୍ଡ ସହ ଶିମିଳିପାଳ ଉତ୍ତର ଏବଂ ଦକ୍ଷିଣ ଡ଼ିଭିଜନ ସହ ରାଇରଙ୍ଗପୁର ବନଖଣ୍ଡର ବଛା ବଛା ଅଫିସର ଙ୍କୁ ନେଇ ଏକ ସ୍ଵତନ୍ତ୍ର ଟିମ ଗଠନ କରା ଯାଇଥିଲା। ସ୍ଵତନ୍ତ୍ର ଟିମ୍ ଚଢାଉ କରି ଏହି ବାଘ ଛାଲ ଜବତ କରିଛି।
ବାରିପଦା ଡିଏଫଓ ଏନେଇ ସ୍ପଷ୍ଟ କରିଥିବା ବେଳେ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଏହି ଚଢାଉ କରା ଯାଇଥିଲା ବୋଲି କହିଛନ୍ତି।
ଗିରଫ ବ୍ୟକ୍ତିମାନେ ବହଳଦା ଗାଁ ର ହୋଇଥିବା ବେଳେ ବନ ବିଭାଗ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.