ମୟୁରଭଞ୍ଜ : ୨୩/୪ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଇରଙ୍ଗପୁର ସହର ପି ସି ଏମ କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁଙ୍କ ସଭାପତିତ୍ବରେ ୬୮ତମ ଭାରତୀୟ ମଜଦୁର ସଂଘ ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସାଧାରଣ ସଂପାଦକ ବୋଧିରଜତ ମହାନ୍ତ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜଳନ କଲାପରେ ନିଳାନ୍ଦ୍ରି ପାତ୍ର ଓ ପଙ୍କଜିନୀଙ୍କ ଦ୍ବାରା ଶ୍ରମିକ ସଙ୍ଗୀତ ଗାନ କରାଯାଇଥିଲା। ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦିକା ଓ ଓଲ ଓଡିଶା ଅଙ୍ଗନୱାଡି ଓ ଆଶା ୱାକରସ୍ ସଂଘର ରାଜ୍ୟ ସଭାନେତ୍ରୀ ସମିତା ମହାପାତ୍ର ଯୋଗଦେଇ ଆଶାକର୍ମୀ , ଅଙ୍ଗନୱାଡି କର୍ମୀ , ପାଚିକା,ଉଜ୍ଜଳାଦିଦି ଓ ଅଣ ସଂଗଠନକର୍ମୀ ମାନଙ୍କର ସମସ୍ୟା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ରୂପେ ଭାରତୀୟ ମଜଦୁର ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଜିଲ୍ଲା ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ ଯୋଗ ଦେଇ ଆଜି ଖଣି ଶ୍ରମିକ ମାନେ ନିଜର ନାର୍ଯ୍ୟ ଅଧିକାର ପାଇଁ ଖଣି ମାଲିକଙ୍କ ପାଖରେ ସଂଘର୍ଷ କରୁଛନ୍ତି ବୋଲି କହିଥିଲେ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ମୟୂରଭଞ୍ଜର ସହବିଭାଗ କାର୍ଯ୍ୟାବହ ଚୈତନ୍ୟ ପ୍ରସାଦ ବାରିକ ଯୋଗ ଦେଇ ରାଷ୍ଟ୍ର ହିତରେ ଶ୍ରମିକମାନଙ୍କର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ | ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପାଦକ ରାମଚନ୍ଦ୍ର ହାଁସଦାଃ ଯୋଗ ଦେଇ ଏହା ଏକ ଅଣ ରାଜନୈତିକ ସଂଗଠନ ଓ ଏହା ରାଷ୍ଟ୍ର ହିତ ପାଇଁ କାମ କରୁଛି ବୋଲି କହିଥିଲେ | ଝାଡଖଣ୍ଡ ରାଜ୍ୟର ମହିଳା ସଂଗଠନର ସଭାନେତ୍ରୀ ମୀନା ସିଂ ଯୋଗ ଦେଇ ଆଜି ନାରୀଟିଏ ନିଜର ହକ ଓ ସ୍ବାଧିନତା ପାଇଁ ସମାଜର ବଡପଣ୍ଡା ସହିତ ଆନ୍ଦୋଳନ କରିପାରୁଛି ବୋଲି ମୁଁ ଗର୍ବିତ ଓ ଏହିଭଳି ସଂଗଠନ ଗୁଡିକ ସେମାନଙ୍କର ନାର୍ଯ୍ୟଦାବୀ ପାଇଁ ଲଢୁଛି ବୋଲି ଦୃଢୋକ୍ତି ଦେଇଥିଲେ | ଏହି ସଭାରେ ଭାରତୀୟ ମଜଦୁର ସଂଘ ବ୍ଲକ ସମ୍ପାଦକ କୌଶିକ କାଶ୍ୟପ ମହାନ୍ତି, ଜିଲ୍ଲା ମହିଳା ସଭାନେତ୍ରୀ ଶଶିକଳା ପଲେଇ,ଜିଲ୍ଲା ସଂପାଦିକା ଗୋଲାପି ନାଏକ, ମହିଳା ନେତ୍ରୀ ଲତିକା ବିନ୍ଧାଣୀ,ମନୋରମା ବେହେରା,ନବୀନ କୁମାର ବେହେରା,ସାରଥୀ ମହାନ୍ତ,ଲାଖିଆ ଟୁଡୁ,ନିର୍ମଳ ପ୍ରଧାନ,ଜୟନ୍ତ ବେହେରା,ଭୀମଚରଣ ମହାକୁଡ ଓ ଲିଟୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ | ଏହି ସଭାରେ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ବ୍ଲକର ସଦସ୍ୟ,ଅଙ୍ଗନୱାଡି,ଆଶା,ପାଚିକା,ଉଜ୍ଜଳାଦିଦି,ବାମନଘାଟୀ ମଜଦୁର ସଂଘ,ମାଇନିଂ,ଗ୍ରାମୀଣ କୃଷି ମଜଦୁର ସଂଘ ଓ ଅଣ ସଂଗଠିତ ଶ୍ରମିକମାନେ ବହୁସଂଖ୍ୟାରେ ଏକତ୍ରିତ ହୋଇଥିଲେ ।