ରାଉରକେଲା : ପ୍ରଶାନ୍ତ ସେଠୀଙ୍କ ‘ଆସ ଆମେ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି।। ରବିବାର ୧୮ନମ୍ବର ସେକ୍ଟର ଗୋଲଡ୍ ବିଲଡ୍ ବସ୍ତି ପରିଦର୍ଶନ।
ରାଉରକେଲା : ୨୩/୭ (ସତ୍ୟାନ୍ୟୁଜ) ସହରର ବିଶିଷ୍ଟ ସମାଜସେବୀ ପ୍ରଶାନ୍ତ ସେଠି ତାଙ୍କର ‘ଆସ ବସ୍ତିକୁ ଯିବା’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରତି ରବିବାର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ବିଭିନ୍ନ ବସ୍ତି ଏରିଆ ରେ ପହଁଚି ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଥାଆନ୍ତି। ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ମଧ୍ୟ ସେ ପ୍ରୟାସ ଜାରି ରଖିଛନ୍ତି। ଆଜି ୧୮ ନମ୍ବର ସେକ୍ଟର ଗୋଲଡ୍ ଫିଲଡ୍ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ବିଭିନ୍ନ ସମସ୍ୟା ବାବଦରେ ବସ୍ତି ବାସିନ୍ଦା ଙ୍କ ଠାରୁ ଅବଗତ ହୋଇଥିଲେ।
ଅଞ୍ଚଳର ବୁଢା, ବୁଢ଼ୀ, ବିଧବା, ଭିନ୍ନକ୍ଷମ ଯେଉଁ ମାନେ ସରକାରୀ ଯୋଜନା ଅନୁସାରେ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି ଏବଂ ଅର୍ଥ ଅଭାବ ରୁ ରୋଗଗ୍ରସ୍ତ ହୋଇ ଚିକିତ୍ସା ରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିପରି ସରକାରୀ ସ୍ତରରେ ସାହାଯ୍ୟ ସହଯୋଗ କରିହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବସ୍ତି ର ଅନେକ ଲୋକ ରାସନ କାର୍ଡ ଥାଇ ମଧ୍ୟ ରାସନ ପାଇବାରୁ ବଞ୍ଚିତ ଅଛନ୍ତି । ସେହିପରି ପାଣି ଲାଇନ ଯାଇଥିଲେ ମଧ୍ୟ ପାଣି ଆସୁନଥିବା , ରାସ୍ତା ର ଅବସ୍ଥା ଶୋଚନୀୟ ଥିବାରୁ ଯାତାୟାତ ପାଇଁ ବହୁ ଅସୁବିଧା ବିଷୟ ବସ୍ତି ବାସିନ୍ଦା ଜଣାଇଥିଲେ। ଏପରି ସ୍ଥଳେ ସରକାରୀ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ଆକର୍ଷଣ କରି ସରକାରୀ ସ୍ତରରେ ସମାଧାନ କରିବେ ବୋଲି ଶ୍ରୀ ସେଠୀ ପ୍ରତିଶୃତି ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ମଝିଆ ପ୍ରଧାନ, ଆମୂସ ଡୁଙ୍ଗଡୁଙ୍ଗ, ଅମିତ ଟୋପୋ, ସୁନିତା କେରକେଟା, ବ୍ରିଜିତ ମିଂଜ଼, ଆଶ୍ରିତା ସାଙ୍ଗା, ବାବୁ ମହାନ୍ତି,ସରୋଜ ନାୟକ,ବିଶ୍ୱ ରଞ୍ଜନ ରାଉତ,ଦେବକାନ୍ତ ସେଠୀ, ଜିତେନ୍ ମାଛଖଣ୍ଡ,ରଜତ ଦଳେଇ,ମୁକେଶ ସିଂ,ସୁବାଷ କଂସାରୀ ପ୍ରମୁଖ ଉପସ୍ଥିତ ଥିଲେ |