କେଉଁଝର : ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ।। ତଦନ୍ତ ପାଇଁ ଜିଲ୍ଲାପାଳ ଡିଇଓ ଙ୍କୁ ନିର୍ଦ୍ଦେଶ ଦେଲେ।। ହଷ୍ଟେଲ ଛାଡିଲେ ସମସ୍ତ ଛାତ୍ରଛାତ୍ରୀ ।
କେଉଁଝର : ୨୩/୭ (ସତ୍ୟାନ୍ୟୁଜ) ସାପ କାମୁଡ଼ାରେ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କେଉଁଝର ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଶିକ୍ଷା ଅଧିକାରୀ ଏହି ଘଟଣାର ତଦନ୍ତ କରିବେ।
ଗତକାଲି ରାତିରେ ସାପ କାମୁଡ଼ି ଦେବାରୁ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିଶ୍ଚିତପୁରରେ ଏକ କୋଚିଂ ସେଣ୍ଟରରେ ଏହି ଘଟଣା ଘଟିଥିଲା।
ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ରୀ ଥିବା ବେଳେ ଜଣେ ଛାତ୍ର ଅଛନ୍ତି। ଆଉ ଜଣେ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ତେବେ ଇତି ମଧ୍ୟରେ ସେଠାରେ ରହୁଥିବା ଛାତ୍ରଛାତ୍ରୀ ମାନେ ହଷ୍ଟେଲ ଛାଡି ଘରକୁ ଚାଲି ଯାଇଛନ୍ତି।