ବଣାଇ : ୨୩/୭ ( ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ତାଳବାହାଲି ପଞ୍ଚାୟତର ମଦନ ପଡା ଗ୍ରାମରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇ ପଡିଥିବାର ସୂଚନା ମିଳିଛି। ଅସୁସ୍ଥ ମାନଙ୍କୁ ବଣାଇ ଡାକ୍ତର ଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମଦନପଡା ଗ୍ରାମର ପାଣ୍ଡାଳୁ ନାଏକ ଗତ କାଲି ଜଙ୍ଗଲରୁ ଛତୁ ଗୋଟାଇ ଆଣିଥିଲେ। ପରିବାର ଲୋକେ ଘରେ ରୋଷେଇ କରି ଏହି ଛତୁ ଖାଇଥିଲେ। ଖାଇସାରି ରାତିରେ ଶୋଇ ଥିବାବେଳେ ଅସୁସ୍ଥତା ଅନୁଭଵ କରିଥିଲେ। ଆଜି ସକାଳୁ ସେମାନଙ୍କର ବାନ୍ତି ହୋଇଥିଲା । ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ବଣେଇ ଡାକ୍ତର ଖାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା କରା ଯାଉଥିବା ବେଳେ ବିଷାକ୍ତ ଛତୁ ଖାଇଥିବା ଯୋଗୁ ଏଭଳି ହୋଇଥିବା ଅନୁମାନ କରାଯାଉଛି।