ଝାରସୁଗୁଡା : ସେକ୍ସ ରାକେଟ ଉପରେ ପୋଲିସର ଚଢ଼ାଉ।। ୧୪ ଗ୍ରାହକ ଗିରଫ , ୧୩ ଯୁବତୀ ଉଦ୍ଧାର।

0 6,118

ଝାରସୁଗୁଡା : ୨୩/୭ (ସତ୍ୟାନ୍ୟୁଜ) ଝାରସୁଗୁଡା ପୋଲିସ ଏକ ବଡ଼ ଧରଣର ସେକ୍ସ ରାକେଟ ଉପରେ ଚଢ଼ାଉ କରି ୧୪ ଜଣଙ୍କୁ ଗିରଫ କରିଛି। ଏହା ସହ ୧୩ ଜଣ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଛି।
ମିଳିଥିବା ସୂଚନା ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ପୁଲିସ ଚଢ଼ାଉ କରି ଏହି ସେକ୍ସ ରାକେଟକୁ ଠାବ କରିଛି। ପୁଲିସ ଉକ୍ତ ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।
ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଥିବା ସୂଚନା ମିଳିଛି। ଏ ବାବଦରେ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.