ସୁନ୍ଦରଗଡ : ୫ଟି ସ୍କୁଲ , ଅଙ୍ଗନବାଡି , ସରକାରୀ କାର୍ଯ୍ୟାଳୟକୁ ଟାର୍ଗେଟ କରୁଥିବା ଚୋର ଗ୍ୟାଙ୍ଗ ପୋଲିସ ହାତରେ।। ଲକ୍ଷାଧିକ ଟଙ୍କାର ଚୋରି ସାମଗ୍ରୀ ଜବତ।
ସୁନ୍ଦରଗଡ଼ : ୨୨/୭ (ସତ୍ୟାନ୍ୟୁଜ) ଦୀର୍ଘ ଏକବର୍ଷ ହେଲା ସୁନ୍ଦରଗଡର ବିଭିନ୍ନ ଥାନା ଅଞ୍ଚଳରେ ଥିବା ସ୍କୁଲ, ପଞ୍ଚାୟତ ଅଫିସ , ଅଙ୍ଗନବାଡି କେନ୍ଦ୍ରକୁ ଚୋର ମାନେ ଟାର୍ଗେଟ କରୁଥିଲେ। ସ୍କୁଲ ରୂପାନ୍ତରଣ ପରେ ସେଠାରେ ଲାଗିଥିବା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି କରିନେଉଥିଲେ ଏକ ଅନ୍ତଜିଲ୍ଲା ଚୋର ଗ୍ୟାଙ୍ଗ। ଚୋରି କରିବା ପରେ ସମସ୍ତ ସାମଗ୍ରୀକୁ ଦୁଇଟି ପିକ୍ ଅପ୍ ଭ୍ୟାନରେ ଲୋଡ଼ କରି ନେଇ ବିକ୍ରି କରି ଦେଉଥିଲେ। ସ୍କୁଲ ଏବଂ ସରକାରୀ କାର୍ଯ୍ୟାଳୟରେ ଚୋରି ଘଟଣାର ପର୍ଦ୍ଦାଫାସ ପାଇଁ ସୁନ୍ଦରଗଡ଼ ଏସପି ଏକ ସ୍ବତନ୍ତ ଟିମ୍ ଗଠନ କରିଥିଲେ। ପୋଲିସ ତଦନ୍ତ କରି ଚାରିଜଣ ଚୋରଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି। ଏହାସହ ଚୋରାମାଲ କିଣିବା ଅଭିଯୋଗରେ ଜଣେ ଗିରଫ ହୋଇଛି। ପୋଲିସ ଗିରଫ ଅଭିଯୁକ୍ତଙ୍କ ନିକଟରୁ ୨ଟି ପିକ୍ ଅପ୍ ଭ୍ୟାନ , ଗୋଟିଏ ବାଇକ ଏବଂ ଲକ୍ଷାଧିକ ଟଙ୍କାର ଚୋରି ଯାଇଥିବା ସାମଗ୍ରୀ ଜବତ କରିଛନ୍ତି।
୫ ଟି ସ୍କୁଲ ହେବା ପରେ ବିଦ୍ୟାଳୟ ମାନଙ୍କରେ ଲାଗିଲା ଦାମୀ ଜିନିଷ । ବିରାଟ ବିରାଟ ଏଲଇଡି ଟିଭି ସାଙ୍ଗକୁ ସୋଲାର ସିଷ୍ଟମ ଆଉ ସୋଲାର ପାଇଁ ପୁଣି ବଡବଡ ବ୍ୟାଟେରୀ ଏସବୁ ଜିନିଷ ସାଙ୍ଗକୁ ଆହୁରି ଗୁରୁତ୍ଵପୂର୍ଣ୍ଣ ଜିନିଷ ଏବେ ସ୍କୁଲ ରେ ଲାଗିଲା ।
ଆଉ ଏହାର ନଜର ପଡିଲା ସୁନ୍ଦରଗଡ ଅଞ୍ଚଳ ର ଏକ ନୁଆ ଚୋର ଗ୍ୟାଙ୍ଗ ଉପରେ, ଘରୁ ଜିନିଷ ଚୋରି କଲେ ରିସ୍କ ଅଧିକ , ତେଣୁ ଏହି ଚୋର ମାନେ ବାଛି ନେଲେ ଏକ ଭିନ୍ନ ଉପାୟ।
ଏମାନେ ୫ଟି ସ୍କୁଲ କୁ ବାଛି ନେଲେ ଚୋରି କରିବା ପାଇଁ। ସୁନ୍ଦରଗଡ ଜିଲ୍ଲା ର ନିକାଞ୍ଚନ ଅଞ୍ଚଳରେ ଥିବା ବିଦ୍ୟାଳୟ ମାନଙ୍କୁ ସେମାନେ ଟାର୍ଗେଟ କଲେ। ମଧ୍ୟ ରାତ୍ରିରେ ଏହି ଚୋର ମାନଙ୍କ ଅଭିଯାନ ହୋଇଯାଏ ଆରମ୍ଭ। ପିକଅପ୍ , ଟାଟା ମ୍ୟାଜିକ ଭ୍ଯାନ ଓ ବାଇକ ନେଇ ସ୍କୁଲ ମାନଙ୍କୁ ପହଞ୍ଚିଯାଆନ୍ତି ଏମାନେ। ସ୍କୁଲ୍ ରେ କେହି ନଥିବାରୁ ଆରାମ ରେ ବିଦ୍ୟାଳୟ ର ସମସ୍ତ ତାଲା ଗୁଡ଼ିକୁ କାଟି ଚୋରି କରନ୍ତି। ତାପରେ ସାଙ୍ଗରେ ଗାଡ଼ିରେ ଚୋରି ସାମଗ୍ରୀ ନେଇ ପଳାଇ ଯାଆନ୍ତି। ବିଦ୍ୟାଳୟରେ ଭର୍ଚୁଆଲ କ୍ଲାସ ପାଇଁ ଥିବା ଏଲଆଇଡି ଟିଭି, ସୋଲାର ପ୍ୟାନେଲ, ବ୍ୟାଟେରୀ, ଚେୟାର , ଫ୍ୟାନ , ଗ୍ୟାସ ସିଲଣ୍ଡର , ପାଣି ଟାଣିବା ମଟର ସହ ଯାହା ପାଇଲେ ତାହା ଉଠାଇ ନିଅନ୍ତି । ନୂତନ ଧରଣର ଏହି ଚୋରି ସୁନ୍ଦରଗଡ ଜିଲ୍ଲା ର ସଦର ଥାନା , ଟାଉନ ଥାନା , କିଞ୍ଜିରକେଲା ଥାନା , ଧରୁଆଡ଼ିହି ଥାନା , ତଳସରା ଥାନା ଅଞ୍ଚଳ ରେ ଆରମ୍ଭ କରିଥିଲେ ଚୋର ମାନେ । କେବଳ ବିଦ୍ୟାଳୟରେ ଏମାନେ ଚୋରି କରନ୍ତି ତାହା ନୁହେଁ , ଅଙ୍ଗନବାଡି କେନ୍ଦ୍ର କୁ ବି ଚୋରି ପାଇଁ ଯାଇଥାନ୍ତି ସେଠାରୁ ବିପୁଳ ପରିମାଣ ର ଚାଉଳ, ରନ୍ଧା ହାଣ୍ଡି ଆଦି ନେଇ ଫେରାର ହୋଇ ଯାଉଥିଲେ । ସୁନ୍ଦରଗଡର ବିଭିନ୍ନ ଥାନା ଅଞ୍ଚଳ ରୁ ଅନେକ ଅଭିଯୋଗ ପାଇବା ପରେ ସୁନ୍ଦରଗଡ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇଥିଲା। ଆଉ ଏହି ଟିମ ଲିଖିତ ଅଭିଯୋଗ କୁ ଭିତ୍ତି କରି ଆରମ୍ଭ କରିଥିଲା ତଦନ୍ତ। ଆଉ ତଦନ୍ତକାରୀ ଟିମ ହାତରେ ଲାଗିଥିଲା ଅନେକ ଜିନିଷ।
ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ୫ ଜଣ ଚୋରଙ୍କୁ ଗିରଫ କରିଛି। ଚୋର ମାନେ ହେଲେ ସମ୍ବଲପୁର ମହୁଲପାଲି ଥାନା ଅଞ୍ଚଳ ର ପଦ୍ମନ୍ ପାତ୍ର , ବଡଗାଁ ଅଞ୍ଚଳ ର ସଞ୍ଜୟ କେଶରୀ, ଚିତ୍ର ସେନ ମଗର , ମୁଣ୍ଡାଗାଁ ର, ସ୍ୱରୂପ କେଶରୀ । ସେହିଭଳି ଟିଭି କିଣିଥିବା କୁଜଙ୍ଗ ଅଞ୍ଚଳ ଦୁଷ୍ମନ୍ତ ସ୍ୱାଇଁ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରିଛି। ଆଜି ପୋଲିସ ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।