ବୌଦ୍ଧ : ଏକଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଥାନା ଆଇଆଇସି।। ଜବତ ବାଲି ଗାଡି ଛାଡିବାକୁ ଲାଞ୍ଚ ନେଉଥିଲେ।

0 531

ବୌଦ୍ଧ : ୨୧/୭ (ସତ୍ୟାନ୍ୟୁଜ) ହଜାର ନୁହେଁ କି ପାଞ୍ଚ ହଜାର ନୁହେଁ ପୁରା ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ। ଏକ ଜବତ ବାଲି ଗାଡ଼ିକୁ ଛାଡ଼ି ଦେବାକୁ ସେ ଏହି ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି। ବାଲିଘାଟ ଠିକା ନେଇଥିବା ଜଣେ ବ୍ୟକ୍ତିଙ୍କ ଠାରୁ ଆଇଆଇସି ଏହି ଟଙ୍କା ନେଉଥିଲେ। ଏହି ବ୍ୟବସାୟୀଙ୍କ ଏକ ବାଲି ଗାଡ଼ିକୁ ପୁଲିସ୍ ଧରିଥିଲା ଓ ତାକୁ ଜବତ କରି ହରଭଙ୍ଗା ଥାନାରେ ରଖିଥିଲା। ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ।
ଗୁରୁବାର ଦିନ ଉକ୍ତ ବ୍ୟବସାୟୀ ଦାବି କରାଯାଇଥିବା ଅର୍ଥରୁ କିଛି କମ ଆଣିଥିଲେ। ମାତ୍ର ଆଇଆଇସି ପୁରା ଏକ ଲକ୍ଷ ଟଙ୍କା ଆଣିବାକୁ କହିଥିଲେ। ଫଳରେ ବ୍ୟବସାୟୀ ଜଣକ ଏ ବାବଦରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।

ଆଜି ଶରତଙ୍କ ଠାରୁ ଆଇଆଇସି ପୁଷ୍ପଲତା ରାଉତରାୟ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ ଧରିଥିଲେ। ଥାନା ଆଇଆଇସି ପୁଷ୍ପଲତା ରାଉତରାୟଙ୍କୁ ଅଧିକ ପଚରାଉଚୁରା କରାଯାଉଛି।

Leave A Reply

Your email address will not be published.