ବିରମିତ୍ରପୁର : ବିରମିତ୍ରପୁର ଶ୍ରମଶକ୍ତି କଲେଜର ରୂପାନ୍ତରଣ କାମ ଠିକ ଭାବେ ହେଉ ନଥିବା ଅଭିଯୋଗ କଲେ ସ୍ଥାନୀୟ ବିଧାୟକ।।
ବିରମିତ୍ରପୁର : ୨୧/୭ (ସତ୍ୟାନ୍ୟୁଜ) ରାଜ୍ୟରେ ଏବେ ବିଭିନ୍ନ କଲେଜରେ ଚାଲିଛି ରୂପାନ୍ତରଣ କାର୍ଯ୍ୟକ୍ରମ। ଏହି ପରିପ୍ରେକ୍ଷୀରେ ବିରମିତ୍ରପୁର ଶ୍ରମଶକ୍ତି କଲେଜର ମଧ୍ୟ ନବୀକରଣ ଚାଲିଛି। କିନ୍ତୁ ଏହି କାମ ଠିକ ଭାବେ ହେଉନଥିବା ଅଭିଯୋଗ କରିଛନ୍ତି ବିଧାୟକ ଶଙ୍କର ଓରାମ। କଲେଜର ବିଭିନ୍ନ କୋଠରୀର ଛାତରୁ ଏବେ ପ୍ଲାଷ୍ଟର ଖସିବାରେ ଲାଗିଛି। କୋଠରୀ ଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ଅଛି। ସେଗୁଡିକ ମରାମତି ନକରି କେବଳ ରଙ୍ଗ ମାରିବା ଏବଂ ଅନ୍ୟାନ୍ୟ ଛୋଟଛୋଟ କାମ କରାଯାଉଥିବା ଅଭିଯୋଗ କରିଛନ୍ତି ବିଧାୟକ ଶ୍ରୀ ଓରାମ ।