ରାଉରକେଲା : ୨୦/୭/ (ସତ୍ୟାନ୍ୟୁଜ) ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଆଖି ଆଗରେ ରଖି ଯେପରି ନୂତନ ମତଦାତା ମାନଙ୍କୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଭୋଟର ତାଲିକା ରେ ଯେପରି କେହି ବାଦ ନ ପଡିବେ ସେଇଥି ପାଇଁ ଦୁଇ ଦିବସୀୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ଙ୍କ ଅଧ୍ଯକ୍ଷତାରେ ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରା ଯାଇଥିଲା। ଏଥିରେ ପାନପୋଷ ଉପଖଣ୍ଡ ର ୬୯୧ ବୁଥ ସ୍ତରିୟ ଅଧିକାରୀ ଏବଂ ୬୫ ବୁଥ ସ୍ତରିୟ ସୁପରଭାଇଜର ଅଂଶ ଗ୍ରହଣ କରିଥିଲେ।
ଶିବିରରେ ଅଂଶ ଗ୍ରହଣ କରିଥିବା ଅଧିକାରୀ ବିଏଲ ଓ ଆପରେ କିପରି ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି, ପ୍ରତି ଘରକୁ ଯାଇ ସର୍ଭେ କରିବା, ଭୋଟର କେନ୍ଦ୍ର ସର୍ଭେ କରିବା, ଆଗାମୀ ସାଧାରଣ ନିର୍ବାଚନ ୨୪ ରେ ଭୋଟର ମାନଙ୍କୁ ନିର୍ଭୁଲ ପରିଚୟ ପତ୍ର ପ୍ରଦାନ କରାଯାଇପାରିବ ସେ ବିଷୟରେ ଅବଗତ କରା ଯାଇଥିଲା।
ପାନପୋଷ ଉପଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ମାଝୀ ନିର୍ଭୁଲ ଭାବରେ ଭୋଟର ତାଲିକା ପ୍ରସ୍ତୁତ କରିବା ପାଇଁ ପ୍ରଶାସନିକ ଅଧିକାରୀ, ବୁଥ ସ୍ତରିୟ ଅଧିକାରୀ ଓ ବୁଥ ସ୍ତରିୟ ସୁପରଭାଇଜର ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉପ ଜିଲ୍ଲାପାଳଙ୍କ ବ୍ୟତିତ ପାନପୋଷ ଅତିରିକ୍ତ ଉପ ଜିଲ୍ଲାପାଳସରୋଜିନି ପ୍ରସନ୍ନ କୁଲୁ, ବିଶ୍ରା ବିଡିଓ ଅଂଶୁମାନ ଦାସ, ନୂଆ ଗା ବିଡିଓ ବିକ୍ରାଣି କିସପୋଟା, ରାଉରକେଲା ତହସିଲ ଦାର ଚନ୍ଦ୍ରକାନ୍ତ ମଲ୍ଲିକ , ଲାଠିକଟା ତହସିଲଦାର ନନ୍ଦିତା କୁଜୁର, ରାଉରକେଲା ମହାନଗର ନିଗମ ର ଉପୟୁକ୍ତ ସୀତାଦେବୀ ମାଝୀ ଓ ଗୌରବମୟ ପ୍ରଧାନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।