ଭଦ୍ରକ : ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ବସ ଓଲଟି ୨୫ ଯାତ୍ରୀ ଆହତ।। ୫ ଗୁରୁତର।। ପଶ୍ଚିମବଙ୍ଗରୁ ପୁରୀ ଯାଉଥିଲା ବସ।

0 368

ଭଦ୍ରକ : ୨୦/୭ (ସତ୍ୟାନ୍ୟୁଜ) ରାସ୍ତାକଡ଼କୁ ଭାରସାମ୍ୟ ହରାଇ ତୀର୍ଥଯାତ୍ରୀ ବସ୍‌ଟି ଓଲଟି ପଡ଼ିବାରୁ ୨୫ରୁ ଉର୍ଦ୍ଧ୍ବଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ସକାଳେ ଏହି ଦୁର୍ଘଟଣା ଘଟିଛି। ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ଅନ୍ତର୍ଗତ ପେଟ୍ରୋଲ ପମ୍ପ୍‌ ନିକଟରେ ଆଜି ସକାଳେ ଘଟିଥିବା ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୫ ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ତୀର୍ଥଯାତ୍ରୀ ବସ୍‌ଟି ପଶ୍ଚିମବଙ୍ଗରୁ ପୁରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

Leave A Reply

Your email address will not be published.