ଅହମ୍ମଦାବାଦ : ଦ୍ରୁତଗାମୀ ଜଗୁଆର କାର ଲୋକଙ୍କ ଉପରେ ମାଡି ଗଲା।। ୯ ମୃତ , ୧୫ ଗୁରୁତର। ଇସ୍କନ ବ୍ରିଜ ଉପରେ ଦୁର୍ଘଟଣା।
ଅହମ୍ମଦାବାଦ : ୨୦/୭ (ସତ୍ୟାନ୍ୟୁଜ) ଗୁଜରାଟ ରାଜଧାନୀ ଅହମ୍ମଦାବାଦରେ ବୁଧବାର ବିଳମ୍ବିତ ରାତିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ଦୁର୍ଘଟଣା ସ୍ଥଳରେ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଦ୍ରୁତ ଗତିରେ ଆସୁଥିବା ଏକ ଜାଗୁଆର କାର୍ ମାଡ଼ିଯିବାରୁ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ଅହମ୍ମଦାବାଦର ଇସ୍କନ ବ୍ରିଜ ଉପରେ ଗତକାଲି ରାତି ପ୍ରାୟ ୧ଟା ପରେ ଏହି ଦୁର୍ଘଟଣା ଘଟିଛି। ଉକ୍ତ ବ୍ରିଜ ଉପରେ ପୂର୍ବରୁ ଏକ ଥର୍ ଗାଡି ଏବଂ ଡମ୍ପର ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ସ୍ଥଳରେ ପୋଲିସଙ୍କ ସହ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ଜଗୁଆର କାର ଲୋକଙ୍କ ଉପରେ ମାଡି ଯାଇଥିଲା।ଏହି ଦୁର୍ଘଟଣାରେ ଜଣେ କନଷ୍ଟେବଳ ଓ ଜଣେ ହୋମଗାର୍ଡଙ୍କ ସମେତ ୯ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟ ହୋଇଛି।
ପୁଲିସ୍ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ହସ୍ପିଟାଲ ପଠାଇଛି। ଏଥିସହ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଜଣାଯାଇଛି।