ରାଇରଙ୍ଗପୁର : ରାଜ୍ୟ ସରକାର ଶୀଘ୍ର ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି।। ଦାବି କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ।

0 320

ମୟୁରଭଞ୍ଜ : ୨୦/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ରାଜ୍ୟ ସରକାର ତୁରନ୍ତ ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବି କରିଛି। ଏହି ସନ୍ଦର୍ଭରେ ରାଇରଙ୍ଗପୁର ସହର ଜଗନ୍ନାଥ ମନ୍ଦିର ପରିସରରେ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଏକ ସମ୍ମିଳନୀ କରାଯାଇଥିଲା। ଜିଲ୍ଲା ସଂଯୋଜକ ସତ୍ୟ ପ୍ରକାଶ ମହାନ୍ତଙ୍କ ପରିଚାଳନାରେ ଏହି ବୈଠକର ଅୟୋଜନ କରାଯାଇଥିଲା। ଉକ୍ତ ବୈଠକରେ ରାଜ୍ୟସରକାର ତୁରନ୍ତ ଛାତ୍ରସଂସଦ ନିର୍ବାଚନ ତାରିଖ ଘୋଷଣା କରିବାକୁ ଦାବି କରାଯାଇଥିଲା। ଏହା ସହ ରାଜ୍ୟର ଶିକ୍ଷା ସମସ୍ୟା ର ସମାଧାନ କରିବାକୁ ମଧ୍ୟ ନିବେଦନ କରାଯାଇଥିଲା।

ଜିଲ୍ଲାର ପ୍ରମୁଖ ସମସ୍ୟା ମଧ୍ୟରେ ରାଇରଙ୍ଗପୁରରେ ମହିଳା ଥାନାର ସ୍ଥାପନ,ରାଇରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ ମହାବିଦ୍ୟାଳୟ ର ମାନ୍ୟତା ପ୍ରଦାନ, କରଞ୍ଜିଆ ସ୍ବୟଂଶାସିତ ମହାବିଦ୍ୟାଳୟରେ ସୁରକ୍ଷା କର୍ମୀ ନିଯୁକ୍ତି , ରାଇରଙ୍ଗପୁର ମହାବିଦ୍ୟାଳୟରେ ଅଧ୍ୟାପକ ପଦବୀ ପୂରଣ, ସୁକୃଳି ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୌଚାଳୟ,ବିଦ୍ୟାଳୟ ପାଚେରୀ ଓ କ୍ଲାସରୁମ ର ମରାମତି , କରଞ୍ଜିଆ ମହିଳା ମହାବିଦ୍ୟାଳୟରେ ପାଚେରୀ ଓ ସୁରକ୍ଷା କର୍ମୀ ନିଯୁକ୍ତି ବ୍ୟବସ୍ଥା , ଚୈତନ୍ୟ ପ୍ରସାଦ ମହାବିଦ୍ୟାଳୟରେ +୩ ସେମିଷ୍ଟାର ପରୀକ୍ଷା ଗୁଡିକ ନିଜ କ୍ୟାମ୍ପସରେ କରାଯିବା ଓ ରଜନୀକାନ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପାନୀୟ ଜଳର ବ୍ୟବସ୍ଥା କରାଯିବା ଆଦି ଦାବି କରାଯାଇଛି |ଉକ୍ତ ବୈଠକରେ ଜିଲ୍ଲା ସହ-ସଂଯୋଜକ ଅଭିମନ୍ୟୁ ପାଲ,ବିଭାଗ ସହ-ସଂଯୋଜକ ଚିତ୍ରସେନ ମହାନ୍ତ,ପରମେଶ୍ବର ବେହେରା,ସଚିକାନ୍ତ ବାରିକ,ଅନୁରାଗ ନାୟକ ଅମିତ୍ ଗିରି ଓ ଜଗନ୍ନାଥ ରାଣା ପ୍ରମୁଖ ଯୋଗ ଦେଇଥିଲେ | ଏହି ସଭାରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.