ସୁନ୍ଦରଗଡ଼ : ମୋଟର ଯାନ ଯାଞ୍ଚ ବେଳେ ଟ୍ରାନ୍ସପୋର୍ଟ ଇନିସ୍ପେକ୍ଟରଙ୍କ ଡ୍ରାଇଭର ଉପରେ ଚଢ଼ିଗଲା ଏକ ବୋଲେରୋ।। ଗୁରୁତର ଡ୍ରାଇଭର ଦୀପକ ଟପ୍ପୋଙ୍କୁ ଜେପି ହସପିଟାଲ ପଠାଗଲା।

0 1,454

ସୁନ୍ଦରଗଡ଼ : ୧୯/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ସଡ଼କ ପରିବହନ ବିଭାଗର ଯାଞ୍ଚ ଚାଲିଥିବା ବେଳେ ଟ୍ରାନ୍ସପୋର୍ଟ ଇନ୍ସପେକ୍ଟରଙ୍କ ଗାଡ଼ି ଡ୍ରାଇଭର ଉପରେ ଚଢି ଗଲା ବୋଲେରୋ । ଏହି ଦୁର୍ଘଟଣାରେ ଡ୍ରାଇଭର ଦୀପକ ଟପ୍ପୋ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ଅଣା ଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଦୀପକଙ୍କୁ ରାଉରକେଲା ଜେପି ହସପିଟାଲ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ସୁନ୍ଦରଗଡ଼ ସଦର ଥାନା ଗିଲକୁଦର ନିକଟରେ ଟ୍ରାନ୍ସପୋର୍ଟ ଇନ୍ସପେକ୍ଟର ମୁକେଶ କୁମାର ମିଶ୍ର ତାଙ୍କ ଟିମ୍ ସହିତ ମୋଟର ଯାନ ଯାଞ୍ଚ କରୁଥିବା ବେଳେ ଘଟିଛି ଏହି ଅଘଟଣ। ସବଡେଗା ପଟୁ ସୁନ୍ଦରଗଡକୁ ଆସୁଥିବା ଏକ ବୋଲେରୋ ଗାଡି ଦ୍ରୁତ ଗତିରେ ଆସି ପଳାଇବାକୁ ଚେଷ୍ଟା କରଥିଲା। ଡ୍ରାଇଭର ଦୀପକ ଗାଡିକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ବୋଲେରୋଟି ନଅଟିକି ଡ୍ରାଇଭର ଉପରେ ଚଢିଯାଇଥିଲା। ଦୁର୍ଘଟଣା ଘଟାଇ ବୋଲେରୋ ଡ୍ରାଇଭର ଗାଡି ସହ ଫେରାର ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଧରା ପଡିଥିଲା। ପୋଲିସ ବୋଲେରୋ ଗାଡି ଜବତ କରିବା ସହ ଡ୍ରାଇଭରଙ୍କୁ ଗିରଫ କରିଛି।

Leave A Reply

Your email address will not be published.