ସୁନ୍ଦରଗଡ଼ : ମହିଳା ପୋଷ୍ଟମାଷ୍ଟର ହତ୍ୟାକାଣ୍ଡର ପର୍ଦ୍ଦାଫାସ।। ପ୍ରେମିକ ନୟନ ସେଠ ଯୋଜନା କରି ହତ୍ୟା କରିଥିବା ସ୍ପଷ୍ଟ।। ଅଭିଯୁକ୍ତ ଗିରଫ।
ସୁନ୍ଦରଗଡ : ୧୯/୭ (ସତ୍ୟାନ୍ୟୁଜ) ମହିଳା ପୋଷ୍ଟମାଷ୍ଟର ସ୍ନିଗ୍ଧା ପ୍ରଧାନ ହତ୍ୟା ମାମଲାର ରହସ୍ୟ ଉନ୍ମୋଚନ କରିଛି ପୋଲିସ। ମହିଳା ପୋଷ୍ଟମାଷ୍ଟରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କ ପ୍ରମିକ ନୟନ ସେଠ କୁ ଗିରଫ କରିଛି ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡା ପୋଲିସ। ସ୍ନିଗ୍ଧାଙ୍କ ପ୍ରେମିକ ନୟନ ସେଠ ଛୁରୀରେ ବାରମ୍ବାର ଭୂସି ହତ୍ୟା କରିଥିବା ଜଣାପଡ଼ିଛି। ପ୍ରେମରେ ସନ୍ଦେହରୁ ଏହି ହତ୍ୟାକାଣ୍ଡ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ସ୍ନିଗ୍ଧା ପାରିବାର ଲୋକେ ଉଭୟ ଙ୍କୁ ଅଲଗା କରିବା ପାଇଁ ଚେଷ୍ଟା କରୁଥିବା ସନ୍ଦେହ କରୁଥିଲା ପ୍ରେମିକ ନୟନ । ସୋମବାର ଦିନ ଉଭୟଙ୍କ ଭେଟ ହେବା ପରେ କୌଣସି କାରଣରୁ ଦୁଇ ଜଣଙ୍କ ମଧ୍ୟରେ ଝଗଡା ହୋଇଥିଲା। ଝଗଡା ପରେ ଛୁରୀରେ ଭୂଷି ହତ୍ୟା କରିଥିଲା ନୟନ। ନିଜ ପ୍ରେମିକାକୁ ହତ୍ୟା କରିବାକୁ ନୟନ ପୂର୍ବରୁ ଯୋଜନା କରି ଥିବା ତଦନ୍ତରୁ ଜଣା ପଡ଼ିଛି। ଏଥିପାଇଁ ନୟନ ପୂର୍ବରୁ ବଜାରରୁ ଛୁରୀ କିଣି ନିଜ ପାଖରେ ରଖିଥିଲା । ପ୍ରେମିକା ସ୍ନିଗ୍ଧାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛି ନୟନ ସେଠ। ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ସୂଚନା ଯୋଗ୍ୟଯେ ନିଜ ପ୍ରେମିକାକୁ ହତ୍ୟା କରି ସୁନ୍ଦରଗଡ଼ ଲେଫ୍ରିପଡ଼ା ଥାନା ବେଲସରିଆପଡ଼ା ଜଙ୍ଗଲ ନିକଟ ବିଲ ରେ ଫିଙ୍ଗି ଦେଇଥିଲା ନୟନ । ହତ୍ୟା ପରେ ସ୍ନିଗ୍ଧା ର ମାଆଙ୍କୁ ହ୍ଵାଟ୍ସଆପ ରେ ହତ୍ୟା କରିଥିବା କହି ମେସେଜ ସହିତ ଲୋକେସନ ମଧ୍ୟ ସେୟାର କରିଥିଲା ଅଭିଯୁକ୍ତ।