ବିରମିତ୍ରପୁର : ହାତୀ ଆକ୍ରମଣରେ ନୂଆଗାଁ ବ୍ଳକର ଜଣେ ମହିଳା ମୃତ।। ହାତୀ କବଳରୁ ବର୍ତ୍ତିବା ବାବଦରେ ଲୋକଙ୍କୁ ସଚେତନ କଲେ ବନବିଭାଗ।
ବିରମିତ୍ରପୁର : ୧୮/୭ (ସତ୍ୟାନ୍ୟୁଜ) ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ହାତୀ ନେଲା ଆଉ ଏକ ଜୀବନ। ମଙ୍ଗଳବାର ପାହାନ୍ତାରେ ଜଣେ ମହିଳା ଶୌଚ କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରଛନ୍ତି। ବନ ବିଭାଗ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ହାତୀ ଗତିବିଧି ଉପରେ ନଜର ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ କରଡେଗା ପଞ୍ଚାୟତରେ ରହୁଥିବା ସୁମନ ଗୁଡ଼ିଆ ମଙ୍ଗଳବାର ଭୋରୁ ଶୌଚ ପାଇଁ ଘର ଠାରୁ କିଛି ଦୂରକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରି ଥିଲା। ସୁମାନଙ୍କୁ ହାତୀ ଟେକି ନେଇ କିଛି ଦୂର ଝାରଖଣ୍ଡ ଜଙ୍ଗଲରେ ପକାଇ ଦେଇଥିଲା । ଆଜି ସକାଳୁ ବିରମିତ୍ରପୁର ଏବଂ ଝାରଖଣ୍ଡ ବନ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକମାନଙ୍କୁ ହାତୀ କବଳରୁ ବଞ୍ଚିବା ଲାଗି ସଚେତନ କରାଯିବା ସହ ସୁରକ୍ଷା ବ୍ୟବସ୍ଥା କରାଯାଉଛି ବୋଲି ବନ ଅଧିକାରୀ କହିଛନ୍ତି।