ରାଉରକେଲା : ବିର୍ସ। ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣରେ ନିମ୍ନମାନର କାମ ସହ ବ୍ୟାପକ ଦୁର୍ନୀତି ଅଭିଯୋଗ।। ଉଚ୍ଚସ୍ତରୀୟ ତଦନ୍ତ ଦାବି କଲା କଂଗ୍ରେସ।
ରାଉରକେଲା : ୧୮/୭ (ସତ୍ୟାନ୍ୟୁଜ) ରାଉରକେଲା ଵିର୍ସ। ମୁଣ୍ଡା ହକି ଷ୍ଟାଡିଅମ ନିର୍ମାଣରେ ନିମ୍ନ ମାନର କାର୍ଯ୍ୟ ହୋଇଥିବା ସହ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ ଦଳ। ଏହି ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବିରେ ମଙ୍ଗଳବାର ଦିନ କଂଗ୍ରେସ ଦଳ ପକ୍ଷରୁ ଷ୍ଟାଡିଅମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଷ୍ଟାଡିଅମ ନିର୍ମାଣ ଛଅ ମାସ ହୋଇଥିବା ବେଳେ ଛାତରୁ ପାଣି ଗଳିବା , ଷ୍ଟାଡିଅମ ସମ୍ମୁଖରେ ପେଭର ବ୍ଲକ ଭାଙ୍ଗିବା ଦୁର୍ନୀତିକୁ ସୁଚାଉ ଥିବା କଂଗ୍ରେସ ଅଭିଯୋଗ କରିଛି। ଏହାସହ ହକି ସ୍ମାରକୀ ପ୍ରତିମା ଭୁଶୁଡି ପଡିବା , ପାଚେରୀ କାନ୍ଥ ଆଦି ଭାଙ୍ଗିବାରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରି ହେଉଥିବା କଂଗ୍ରେସ କହିଛି। ଏହି ସବୁ ଦୁର୍ନୀତିର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟି ଏକ ସ୍ମାରକ ପତ୍ର ପଠାଇଛି।