ସୁନ୍ଦରଗଡ଼ : ନିଖୋଜ ମହିଳା ପୋଷ୍ଟମାଷ୍ଟରଙ୍କ ମୃତ ଶରୀର ଉଦ୍ଧାର।। ଛୁରୀ ଭୂଷି ହତ୍ୟା କରାଯାଇଥିବା ସନ୍ଦେହ।। ପୋଲିସ ତଦନ୍ତ ଜାରି।
ସୁନ୍ଦରଗଡ଼ : ୧୮/୭ (ସତ୍ୟାନ୍ୟୁଜ) ଦୁଇଦିନ ହେଲା ନିଖୋଜ ଥିବା ମହିଳା ପୋଷ୍ଟମାଷ୍ଟରଙ୍କ ମୃତ ଶରୀର ମଙ୍ଗଳବାର ସକାଳେ ଉଦ୍ଧାର କରାଯାଇଛି। ତାଙ୍କୁ କେହି ଦ୍ରୁବୃତ୍ତ ଛୁରୀ ଭୂଷି ହତ୍ୟା କରିଥିବା ଜଣାପଡୁଛି। ମହିଳା ପୋଷ୍ଟମାଷ୍ଟର ଙ୍କ ପିଠିରେ ଏକ ଛୁରୀ ଲାଗି ରହିଛି। ପୋଲିସ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ସୁନ୍ଦରଗଡ଼ ଜିଲ୍ଲା ତେଲେନଡ଼ିହି ପୋଷ୍ଟ ଅଫିସର ମହିଳା ପୋଷ୍ଟମାଷ୍ଟର ୨୪ ବର୍ଷିଆ ସ୍ନିଗ୍ଧା ପ୍ରଧାନ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଆଜି ସକାଳେ ଲେଫ୍ରିପଡ଼ା ଥାନା ବେଲସରିଆପଡ଼ା ଜଙ୍ଗଲ ନିକଟ ବିଲ ରେ ତାଙ୍କ ମୃତ ଦେହ ପଡିଥିବା ଦେଖା ଯାଇଥିଲା। କେହି ଦ୍ରୁବୃତ୍ତ ତାଙ୍କୁ ପଥର ରେ ଛେଚିଲା ପରେ ଛୁରୀ ରେ ଭୁସି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଯୁବତୀ ଜଣକ ଗତକାଲି ଠାରୁ ନିଖୋଜ ଥିବା ପରିବାର ପକ୍ଷରୁ ଥାନା ଏତଲା ଦିଆଯାଇଥିଲା। ମୃତ ଯୁବତୀ ଙ୍କ ଘର ହେମଗିରି ଥାନା ଟିକିଲିପଡ଼ାର ବୋଲି ଜଣାପଡିଛି ।