ଯାଜପୁର : ୧୬ ନମ୍ବର ଜାତୀୟ ରାଜପଥ ରସୁଲପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଭୁଶୁଡ଼ିଲା ବ୍ରିଜ।। ଭୁବନେଶ୍ୱର , କଟକକୁ ଯାତାୟାତ ବାଧାପ୍ରାପ୍ତ।

0 861

ଯାଜପୁର : ୧୮/୭ (ସତ୍ୟାନ୍ୟୁଜ) ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳେ ଏକ ବ୍ରିଜ ଭୁଶୁଡି ପଡିଛି। ଫଳରେ ବାଲେଶ୍ୱର – ଭୁବନେଶ୍ୱର ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସୌଭାଗ୍ୟ ବଶତଃ ସେହି ସମୟରେ ବ୍ରିଜ ଦେଇ କୌଣସି ଯାନ ଯାଉ ନଥିବାରୁ କାହାରି କ୍ଷତି ହୋଇ ନାହିଁ।

ମିଳିଥିବା ସୂଚନା ଅନୁଯାୟୀ , ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସକାଳେ ଏହି ବ୍ରିଜର ୧୦ ଫୁଟ ଭୁଶୁଡି ପଡିଛି। କେଉଁ କାରଣରୁ ବ୍ରିଜ ଭୁଶୁଡ଼ିଲା ଜଣାପଡିନାହିଁ। ଜାତୀୟ ରାଜପଥର ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି କେଉଁ କାରଣରୁ ବ୍ରିଜ ଭୁଶୁଡ଼ିଲା ତାହା ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.