ମୟୁରଭଞ୍ଜ : ୬ ଦଫା ଦାବିରେ ‘ହୋ’ ସମାଜ ପକ୍ଷରୁ ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ।। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର।

0 395

ମୟୁରଭଞ୍ଜ : ୧୭/୭ (ସତ୍ୟାନ୍ୟୁଜ)(ଶ୍ୟାମଳେନ୍ଦୁ ପରିଡ଼ା) ‘ହୋ’ ଭାଷାଭାଷୀ ଲୋକ ରାଜ୍ୟରେ ୧୩ ଲକ୍ଷରୁ ଅଧିକ ହୋଇଥିବା ବେଳେ କେବଳ ବାମନଘାଟୀ ଉପଖଣ୍ଡରେ ୫୦ ହଜାର ରୁ ଉର୍ଦ୍ଧ ରହିଛନ୍ତି। ଆଜି ମଧ୍ୟ ସେମାନେ ସାମାଜିକ,ସାଂସ୍କୃତିକ ଏବଂ ଶିକ୍ଷା ଅଧିକାରରୁ ବଞ୍ଚିତ ହୋଇଛନ୍ତି | ଆଜି ମୟୂରଭଞ୍ଜ ଜିଲ୍ଲା ତିରିଂ ବ୍ଲକର ‘ହୋ’ ସମାଜ ସମନ୍ବୟ ସମିତି ଆନୁକୂଲ୍ୟରେ ଛଅ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏକ ଶୋଭାଯାତ୍ରାରେ ତିରିଂ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।
ଦାବୀଗୁଡିକ ମଧ୍ୟରେ ୧- ‘ହୋ’ ଭାଷାଭାଷୀ ବହୁଳ ଏମଟିଏଲ ଅଙ୍ଗନୱାଡି ଗୁଡିକରେ ଅରୁଣିମା ଯୋଜନା ପ୍ରସଙ୍ଗରେ ମୁଣ୍ଡା ପରିବର୍ତ୍ତେ ହୋ କରାଯାଉ ,୨- ହୋ ଭାଷାକୁ ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ କରାଯାଉ ,୩- ଓଡିଶାରେ ହୋ ଭାଷାକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ଦିଆଯାଉ ,୪- ତିରିଂ ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଅଧିନସ୍ତ ବିଦ୍ୟାଳୟଗୁଡିକରେ ହୋ ଭାଷାରେ ବହୁଭାଷୀ ଶିକ୍ଷକ ନିଯୁକ୍ତି ଦିଆଯାଉ,୫- ପ୍ରକୃତି ପୂଜକ ଆଦିବାସୀମାନେ ଆଦିମକାଳରୁ ଗ୍ରାମମାନଙ୍କରେ ଜାହିରା (ଦେଶାଭଲି) ରେ ବିଶେଷ କରି ଶାଳଗଛକୁ ଦେବଦେବୀ ରୂପେ ପୂଜା କରିଆସୁଛନ୍ତି | ତିରିଂ ବ୍ଲକର ଜାହିରା ଗୁଡିକୁ ଚିହ୍ନଟ କରି ଏହାର ପଟ୍ଟା ପ୍ରଦାନ ସହିତ ଏଥିରେ ପାରମ୍ପରିକ ଗଛ ଶାଳ, କେନ୍ଦୁ, ଭାଲିଆ, ମହୁଲ, ଜାମୁ ଆଦି ଚାରାରୋପଣ କରାଯାଉ । ୬- ଚାଇଁବସାର କୋହ୍ଲାନ ବିଶ୍ବ ବିଦ୍ୟାଳୟ ଏବଂ ରାଞ୍ଚି ବିଶ୍ବବିଦ୍ୟାଳୟ ପରି ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ବ ବିଦ୍ୟାଳୟରେ ହୋ ଭାଷା ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲାଯାଉ।
ଏହି କାର୍ଯ୍ୟକ୍ରମରେ ପୂୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଭ୍ୟ ଜଲେନ ବାର୍ଦା,ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତୀ,ବଡଡାଳିମା ସରପଞ୍ଚ ରାମେଶ୍ବର ପୂର୍ତ୍ତୀ,ପୂର୍ବତନ ଅଧକ୍ଷା ଜେମାମଣି ସୁଣ୍ଡି,ଉପାଧକ୍ଷା ପୂଣ୍ଣିମା ବାର୍ଦା,କୁଲୁଘୁଟୁ ଗ୍ରାମ ପଞ୍ଚାୟତ ସରପଞ୍ଚ ଗୁରୁବାରି ପୂର୍ତ୍ତୀ,ଜାମଦା ବ୍ଲକ ତାରଣା ର ପୂର୍ବତନ ସରପଞ୍ଚ ପାର୍ବତୀ ବିରୂଆ,କୁଲୁଘୁଟୁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଚାମରୁ ହେମ୍ବ୍ରମ,ହୋଭାଷା କ୍ରିୟାନୁଷ୍ଠାନ କମିଟୀ ଜିଲ୍ଲା ସଭାପତି ବିର୍ସା ଖଣ୍ଡେକେଲ, ଛାନଗି ଜଙ୍କ ଓ ରତନ ପୂର୍ତ୍ତୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.