ମୟୁରଭଞ୍ଜ : ଖିଚିଂ ର ମା କିଚକେଶ୍ୱରୀ ମନ୍ଦିର ପ୍ରତି ଅବହେଳା ଅଭିଯୋଗ।। ସୌନ୍ଦର୍ଯ୍ୟକାରଣ ଏବଂ ରକ୍ଷଣାବେକ୍ଷଣ ଲାଗି ୩୫୦ କୋଟି ଅର୍ଥ ଦାବି।
ମୟୁରଭଞ୍ଜ : ୧୬/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଓଡ଼ିଶାର ପୁରାତନ ଐତିହାସିକ ଶକ୍ତି ପୀଠ ଭାବରେ ବେଶ ପରିଚିତ ଖିଚିଂ ମନ୍ଦିର। ୧୨ଶହ ବର୍ଷ ଏହି ପୂରାତନ ମନ୍ଦିରରେ ପୂଜା ପାଉଛନ୍ତି ମା’ କିଚକେଶ୍ଵରୀ ଏବଂ ଚନ୍ଦ୍ରଶେଖର ମହାଦେବ। ଖିଚିଂ ମନ୍ଦିରଟି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିର୍ମାଣ କରାଯାଇଛି। ଏହା ବିଶ୍ବର ଏକମାତ୍ର ମନ୍ଦିର ଯାହାକି କଳାମୁଗୁନି ପଥରରେ ନିମାର୍ଣ ହୋଇଛି। ଏହି ମନ୍ଦିର ୯୨୦ ରୁ ୯୨୬ ଖ୍ରୀଷ୍ଟାବ୍ଦରେ ନିର୍ମାଣ କରାଯାଇଥିଲା। ବର୍ଷ ତମାମ କେବଳ ଓଡିଶା ନୁହେଁ ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଓ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ ଏହି ସ୍ଥାନରେ। ଦେଶ ସ୍ଵାଧୀନତା ପୂର୍ବରୁ ମୟୂରଭଞ୍ଜ ରାଜାଙ୍କ ଦାୟିତ୍ଵରେ ଏହି ମନ୍ଦିରଟି ଥିଲା। ପରବର୍ତ୍ତୀ ସମୟରେ ଏହା ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ଅଧିନକୁ ଚାଲି ଯାଇଥିଲେ। ମନ୍ଦିରର ରକ୍ଷଣା ଓ ନୀତି କାର୍ଯ୍ୟ ପାଇଁ ଏକ ଟ୍ରଷ୍ଟ ଗଠନ କରାଯାଇଛି। ମନ୍ଦିର ପରିସରରେ ମା’ଙ୍କ ମନ୍ଦିର ସହିତ ତିନିଟି ଶିବଲିଙ୍ଗରେ ମହାଦେବ ପୂଜା ପାଉଛନ୍ତି । ହଜାର ହଜାର ବର୍ଷ ଏହି ପୁରୁଣା ମନ୍ଦିରରେ ଅନେକ କିମ୍ବଦନ୍ତୀ ରହିଛି। ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଲେ ମଧ୍ୟ ଏହି ମନ୍ଦିର ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଥିବା ଅଭିଯୋଗ ହେଉଛି। ଖିଚିଂର ମା କିଚକେଶ୍ୱରୀ ମନ୍ଦିରରେ ଅନେକ ସମସ୍ୟା ଲାଗି ରହୁଥିଲେ ଏଥିପ୍ରତି ଗୁରୁତ୍ୱ ଦିଆ ଯାଉନଥିବା ଅଭିଯୋଗ ହେଉଛି। ଏନେଇ ମନ୍ଦିର ପରିସରରେ ଏକ ବୈଠକ ବସିଥିଲା । ଏଥିରେ ସ୍ଥାନୀୟ ଜନସାଧାରଣ, ସାମ୍ବାଦିକ, ଖିଚିଂ ମନ୍ଦିର ସେବାୟତ, ଭଞ୍ଜ ସେନାର ପ୍ରତିଷ୍ଠାତା ପ୍ରମୁଖ ଉପସ୍ଥିତ ଥିଲେ। ଖିଚିଂ ମନ୍ଦିର ସୌନ୍ଦର୍ଯ୍ୟ କରଣ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୩୫୦ କୋଟି ଅର୍ଥ ରାଶି ସରକାର ଯୋଗାଇ ଦେବାକୁ ଦାବି ହେଇଛି।