ରାଉରକେଲା : ପ୍ଲାଣ୍ଟସାଇଟ ଥାନା ନୂତନ ଇନିସ୍ପେକ୍ଟରଙ୍କ ରାଉରକେଲା ଇଣ୍ଟିଗ୍ରେସନ ଫୋରମର ସଦସ୍ୟଙ୍କ ସହ ଆଲୋଚନା।। ସମସ୍ତଙ୍କ ସହଯୋଗ କାମନା କଲେ ଇନିସ୍ପେକ୍ଟର।
ରାଉରକେଲା : ୧୫/୭ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ଷ୍ଟେସନର ନୂତନ ଇନିସ୍ପେକ୍ଟର ଭାବେ ଜ୍ୟୋତି ରଞ୍ଜନ ପତି ଯୋଗ ଦେଇଛନ୍ତି। ଶନିବାର ଦିନ ଶ୍ରୀ ପତି ରାଉରକେଲା ଇଣ୍ଟିଗ୍ରେସନ ଫୋରମ ର ସଦସ୍ୟ ମାନଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଇଣ୍ଟିଗ୍ରେସନ ଫୋରମର ସଦସ୍ୟ ମାନେ ପ୍ଲାଣ୍ଟସାଇଟ ଥାନା କ୍ଷେତ୍ରର ବିଭିନ୍ନ ସମସ୍ୟା ସମ୍ପର୍କରେ ନୂତନ ଇନିସ୍ପେକ୍ଟର ଙ୍କୁ ଅବଗତ କରାଇଥିଲେ ।