ବିରମିତ୍ରପୁର : ଟ୍ରକ ଚକା ତଳେ ଚାପି ହୋଇ ସ୍ତ୍ରୀ ମୃତ , ସ୍ୱାମୀ ଅଳ୍ପକେ ବର୍ତ୍ତିଲେ।। ୧୪୩ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା।
ବିରମିତ୍ରପୁର : ୧୫/୭ (ସତ୍ୟାନ୍ୟୁଜ) ସ୍କୁଟିରେ ସ୍ୱାମୀ ସ୍ତ୍ରୀ ଝାରଖଣ୍ଡରୁ ଆସୁଥିଲେ ବିରମିତ୍ରପୁର। ୧୪୩ ନମ୍ବର ଜାତୀୟ ରାଜପଥ ଡେଲି ମାର୍କେଟ ନିକଟରେ ଏକ ଟ୍ରକ ଚକା ତଳେ ସ୍ତ୍ରୀଙ୍କ ଜୀବନ ଚାଲି ଯାଇଥିବା ବେଳେ ସ୍ୱାମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାସ୍ତା ମଝିରେ ଏହି ଦୁର୍ଘଟଣା ଘଟି ଥିବାରୁ ରାଜପଥରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ଶବ ରାସ୍ତାରୁ ନେଇ ହସପିଟାଲ ପଠାଇବା ପରେ ଯାନ ବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।
ମିଳିଥିବା ସୂଚନା ଅନୁଯାୟୀ ଝାରଖଣ୍ଡରୁ ସ୍ୱାମୀ ସ୍ତ୍ରୀ ସ୍କୁଟି ରେ ବିରମିତ୍ରପୁର ଆସୁଥିଲେ। ଡେଲି ମାର୍କେଟ ନିକଟରେ ସ୍କୁଟି ଟି ଭାରସାମ୍ୟ ହରାଇ ଟ୍ରକ ସହ ପିଟି ହୋଇଯାଇଥିଲା। ସ୍ତ୍ରୀ ଟ୍ରକ ଚକା ତଳେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ବେଳେ ସ୍ୱାମୀଙ୍କ କୌଣସି କ୍ଷତି ହୋଇ ନାହିଁ। ଏବେ ରାଜପଥରେ କାମ ଚାଲିଥିବାରୁ ରାସ୍ତା ଅଣ ଓସାରିଆ ହୋଇ ଯାଇଛି। ଫଳରେ ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଶୀଘ୍ର ରାସ୍ତା କାମ ସାରିବାକୁ ସାଧାରଣରେ ଦାବି ହୋଇଛି।