ବାରିପଦା : ମରିଗଲା ମଣିଷ ପଣିଆ।। ମଦ ନିଶାରେ ମଣିଷ ଖାଇଲା ମଣିଷ ମାଂସ।। ଉତ୍ତେଜନା ।। ଦୁଇ ଗିରଫ।

0 1,115

ବାରିପଦା : ୧୨/୭ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ମଦ ନିଶାରେ ଭୁଲିଗଲେ ମଣିଷ ପଣିଆ ସହ ମାନବିକତା। ନିଜ ସମ୍ପର୍କୀୟଙ୍କ ଶବ ଦାହ କରିବାକୁ ଯାଇଥିବା ବେଳେ ଜୁଇରୁ ଦରପୋଡା ମାଂସ କାଢି ଖାଇଲେ। ଏହି ଘଟଣାକୁ ନେଇ ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ଯମୁନା ବନ୍ଧସାହି ଗାଁରେ ଉତ୍ତେଜନା ଦେଖାଦେଇଛି। ମଣିଷ ମାଂସ ଭକ୍ଷଣ କରିଥିବା ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ ଯମୁନା ବନ୍ଧସାହି ଗାଁର ୨୫ ବର୍ଷୀୟା ମଧୁସ୍ମିତା କୌଣସି କାରଣରୁ ମୃତ୍ୟୁ ବରଣ କରିଥିଲେ। ଯୁବତୀଙ୍କ ପରିବାର ଲୋକ , ବନ୍ଧୁ ବାନ୍ଧବ , ଗ୍ରାମବାସୀ ରାତିରେ ଗାଁ ମଶାଣିରେ ଶବ ସତ୍କାର କରିଥିଲେ। ଶବ ପୋଡିବା ଶେଷ ସମୟରେ ଜୁଇ ପାଖରେ ତିନିଜଣ ରହିଥିବା ବେଳେ ଅନ୍ୟ ମାନେ କିଛି ଦୂରକୁ ପଳାଇ ଆସିଥିଲେ। ତେବେ ସେଠାରେ ଥିବା ୩ ଜଣଙ୍କ ମଧ୍ୟରୁ ଦୁଇଜଣ ନିଶା ଚୂର ରେ ଦରପୋଡା ଅଂଶକୁ ବାହାର କରି ମଦ ସଙ୍ଗେ ଚାଖଣା କରି ଖାଇଥିଲେ। ଅନ୍ୟମାନେ ଏହା ଦେଖିପାରି ଉଭୟଙ୍କୁ ଧରି ନିସ୍ତୁକ ମାଡ ମାରିଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚି ଅଭିଯୁକ୍ତ ମୋହନ ସିଂ ଏବଂ ନରେନ୍ଦ୍ର ସିଂ ଙ୍କୁ ଗିରଫ କରିଥିଲେ।

Leave A Reply

Your email address will not be published.