ରାଇରଙ୍ଗପୁର : ସ୍କୁଲର ବିଭିନ୍ନ ସମସ୍ୟା ବାବଦରେ ଅବଗତ କରାଇବାକୁ ୨୫ କିଲୋମିଟର ଚାଲିଚାଲି ଆସିଲେ ଛାତ୍ର ମାନେ।। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା।
ରାଇରଙ୍ଗପୁର : ୧୨/୭ (ସତ୍ୟାନ୍ୟୁଜ) ସ୍କୁଲର ବିଭିନ୍ନ ସମସ୍ୟା ନେଇ ୨୫ କିଲୋମିଟର ଚାଲି ଚାଲି ଗଲେ ଛାତ୍ର ମାନେ। ବିଦ୍ୟାଳୟର ସମସ୍ୟା ବାବଦରେ ଉପଜିଲ୍ଲାପାଳଙ୍କୁ ଅବଗତ କରିବା ପାଇଁ ଚାଲି ଚାଲି ଆସିଲେ ଛାତ୍ର। ପୁରୁଣାପାଣି ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ହେଉ ନଥିବାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ । ସ୍କୁଲରେ ପାଚେରୀ ନିର୍ମାଣ , ବିଦ୍ୟୁତ୍ ସଂଯୋଗୀକରଣ, ରୋଷେଇ ଘର ନିର୍ମାଣ, ପାନୀୟ ଜଳ ପାଇଁ ନଳକୂପ ସ୍ଥାପନ ଆଦି କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ଦାବି କରିଥିଲେ ଛାତ୍ର ମାନେ। ଉପଜିଲ୍ଲାପାଳ ନଥିବାରୁ କରଞ୍ଜିଆ ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗୋଙ୍ଗାଇ, କରଞ୍ଜିଆ ବିଡ଼ିଓ ହୃଦାନନ୍ଦ ଅଧା, ଥାନା ଅଧିକାରୀ , ଜିଲ୍ଲା ଶିକ୍ଷା ଅଧିକାରୀ ପହଞ୍ଚି ପିଲା ମାନଙ୍କୁ ବୁଝାଶୁଝା କରିଥିଲେ।