ରାଉରକେଲା : ‘ରାଉରକେଲା ଇସ୍ପାତ କାରଖାନା ଆଜି ଏବଂ ଆସନ୍ତାକାଲି’- ‘ପ୍ରଗତିର ସହକର୍ମୀ ଗଣମାଧ୍ୟମ’ ଶୀର୍ଷକ କର୍ମଶାଳା ଅୟୋଜିତ।

0 395

ରାଉରକେଲା : ୧୨/୭ (ସତ୍ୟାନ୍ୟୁଜ) ‘ଗଣମାଧ୍ୟମ ସମାଜର ଦର୍ପଣ ଭଳି କାମ କରିଥାଏ’। ଆଜି ରାଉରକେଲା ଇସ୍ପାତ କାରଖାନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ କହିଛନ୍ତି ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ। ଇଣ୍ଡୋ ଜର୍ମାନ କ୍ଲବ ପରିସରରେ ଅୟୋଜିତ ଏହି କର୍ମଶାଳାରେ ‘ ରାଉରକେଲା ଇସ୍ପାତ କାରଖାନା ଆଜି ଓ ଆସନ୍ତାକାଲି’ – ‘ପ୍ରଗତିର ସହକର୍ମୀ ଗଣମାଧ୍ୟମ’ ଶୀର୍ଷକ ଆଲୋଚନା ଚକ୍ର ହୋଇଥିଲା। ଏହି କର୍ମଶାଳାରେ ଆରଏସପି ଅଧିକାରୀଙ୍କ ସହ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ସେବା , କ୍ରୀଡ଼ା , ଶିକ୍ଷା , ପରିବେଶ ଆଦି ସନ୍ଦର୍ଭରେ ଇସ୍ପାତ କାରଖାନାର ଆଭିମୁଖ୍ୟ ବାବଦରେ ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସୂଚନା ଦେଇଥିଲେ।

Leave A Reply

Your email address will not be published.