ବିରମିତ୍ରପୁର : ଅବସର ପ୍ରାପ୍ତ ଷ୍ଟେଟବ୍ୟାଙ୍କ ଅଧିକାରୀଙ୍କ ଘରୁ ଡକାୟତି ମାମଲାରେ ୪ ଗିରଫ।। ପିସ୍ତଲ , ଛୁରୀ , ନଗଦ ଟଙ୍କା ଜବତ।

0 532

ବିରମିତ୍ରପୁର : ୧୨/୭ (ସତ୍ୟାନ୍ୟୁଜ) ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚରୀଙ୍କ ଘରୁ ସଶସ୍ତ୍ର ଡକାୟତି ମାମଲାରେ ବିରମିତ୍ରପୁର ପୋଲିସ ୪ ଜଣ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଡକାୟତ ମାନଙ୍କ ଠାରୁ ପୋଲିସ ୩ଟି ପିସ୍ତଲ , ଗୋଟିଏ ବଡ଼ ଛୁରୀ , ନଗଦ ୪ ହଜାର ଟଙ୍କା ଜବତ କରିଛି। ଏହା ସହ ଡକାୟତିରେ ବ୍ୟବହୃତ ଗୋଟିଏ ବାଇକ୍ ଏବଂ ଗୋଟିଏ ଅଟୋ ଜବତ କରିଛନ୍ତି।

ଜୁନ ୧୯ ତାରିଖ ରାତିରେ ଏହି ଡକାୟତି ଘଟିଥିଲା। ବିରମିତ୍ରପୁର ଥାନା ଅନ୍ତର୍ଗତ ଲାସେ ନିକଟ କୁମଝରିଆ ଗ୍ରାମରେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ସୁଶାନ୍ତ ଦାସ ଘରେ ଏହି ଡକାୟତି ହୋଇଥିଲା। ସୁଶାନ୍ତ ଦାସ ଏବଂ ତାଙ୍କ ପତ୍ନୀ ଅଲଗା ଅଲଗା ରୁମ ରେ ଶୋଇଥିବା ବେଳେ ଡକାୟତ ମାନେ ପଛ କବାଟ ଭାଙ୍ଗି ଘରେ ପଶିଥିଲେ। ଝଡ଼ ତୋଫାନ ଯୋଗୁ ବିଦ୍ୟୁତ ଲାଇନ ଚାଲି ଯାଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳେ ପାଞ୍ଚ ଜଣ ମୁଖା ପିନ୍ଧା ଡକାୟତ ଘରେ ପଶି ପିସ୍ତଲ ମୁନରେ ଡକାୟତି କରିଥିଲେ। ଉଭୟ ପତି , ପତ୍ନୀଙ୍କୁ ଧମକାଇ ସୁନା ଗହଣା , ନଗଦ ଟଙ୍କା ଡକାୟତ ମାନେ ନେଇ ଯାଇଥିଲେ। ପୋଲିସ ତଦନ୍ତ କରି ଏହି ଡକାୟତିରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଛନ୍ତି ।
ଗିରଫ ଡକାୟତ ମାନେ ହେଲେ ପିଣ୍ଟୁ ସାହୁ , ବିକାଶ ଲାକ୍ରା , ତନବିର ଆଲମ ଏବଂ ରୋହିତ ତିର୍କୀ। ଜଣେ ଡକାୟତ ଫେରାର ହୋଇ ଯାଇଛି।

Leave A Reply

Your email address will not be published.