ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ।ଆଠ ଜଣ ଅଭିଯୁକ୍ତ ଗିରଫ ।

0 820

ଦୀର୍ଘ ଏକ ବର୍ଷ ଧରି ଜଣେ ୧୯ ବର୍ଷୀୟା ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ହାତୀବାରି ପୋଲିସ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ୧୮ ରୁ ୩୫ ବର୍ଷ ମଧ୍ୟରେ ଅଛନ୍ତି । ଯୁବତୀ ଜଣଙ୍କ ଏବେ ୫ମାସ ର ଗର୍ଭବତୀ ଅଛନ୍ତି । ଏ ବାବଦରେ ହାତୀବାରି ଥାନାରେ ୧୩ ତାରିଖ ଦିନ ମାମଲା ଦାୟର ହେବା ପରେ ଅଭିଯୁକ୍ତଙ୍କୁ ଧରିବାକୁ ସୁନ୍ଦରଗଡ଼ ଏସ ପି ସାଗରିକା ନାଥ ଏକ ଟିମ ଗଠନ କରିଥିଲେ । ଏହି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି । ଅନ୍ୟ କେହି ଏହି ଦୁଷ୍କର୍ମ ମାମଲାରେ ଜଡିତ ଅଛନ୍ତି କି ନାହିଁ ତାର ତଦନ୍ତ ଚାଲିଛି ।

Leave A Reply

Your email address will not be published.