ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ଥାନା ଅନ୍ତର୍ଗତ ସୁରୁପତଳା ପେଟ୍ରୋଲ ପମ୍ପ ନିକଟରେ ଥିବା ଗ୍ରାହକ ସେବା କେନ୍ଦ୍ର ରୁ ବନ୍ଧୁକ ମୁନରେ ନଗଦ ୨୫ ହଜାର ଟଙ୍କା ଏବଂ ୩ ଟି ମୋବାଇଲ ଫୋନ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗୁରୁବାର ସନ୍ଧ୍ୟାରେ ୩ ଜଣ ଦୃବୃତ୍ତ ବାଇକ ରେ ଆସି ହଠାତ ରୂପଧର କିଷାନ ଙ୍କ ଗ୍ରାହକ ସେବା କେନ୍ଦ୍ରରେ ପଶି ଯାଇଥିଲେ । ପରେ ବନ୍ଧୁକ ମୁନରେ କର୍ମଚାରୀଙ୍କୁ ଭୟଭୀତ କରାଇ ଲୁଟପାଟ କରିଥିଲେ । ସୂଚନା ମିଳିବା ପରେ ଲହୁଣୀପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।