ପୋଲିସ ଗୁଳି ରେ ଆହତ ଅପରଧୀଙ୍କ ଠାରୁ ଦୁଇଟି ପିସ୍ତଲ , ସାତଟି ଗୁଳି ଜବତ ।ଗିରଫ ମୁସ୍ତାକ ଗୋରେ ମର୍ଡର କେଶ ର ମୁଖ୍ୟ ଆରୋପୀ ।

0 826

ରାଉରକେଲା ପୋଲିସ ଏବଂ ଅପରାଧୀ ଙ୍କ ମଧ୍ୟରେ ଗୁରୁବାର ଭୋରୁ ଗୁଳି ବିନିମୟ ଘଟି ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି । ଆହତ ଦୁଇ ଅପରାଧୀ ମୁସ୍ତାକ ଆଲମ ଏବଂ ମହମ୍ମଦ ଗୁଡ଼ୁ ନିକଟରୁ ପୋଲିସ ଦୁଇଟି ପିସ୍ତଲ , ସାତ ରାଉଣ୍ଡ ଗୁଳି ଜବତ କରିଛି। ଆହତ ଦୁଇଜଣ ଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣା ଯାଇଥିଲା ଏବଂ ପରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଗୋଡ଼ରେ ଗୁଳି ବାଜିଛି ।

ଏହି ଅପରାଧୀ ଦ୍ବୟ ରାଉରକେଲା ରେଳବାଇ କଲୋନୀ ରେ ସେପ୍ଟେମ୍ବର 11 ତାରିଖରେ ଘଟିଥିବା ଗୋରେ ଓରଫ ଜିତେନ୍ଦ୍ର ଶା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୁସ୍ତାକ ଆଲମ ଏବଂ ମୁସ୍ତାକ ର ସହଯୋଗୀ ମହମ୍ମଦ ଗୁଡ଼ୁ ସୋରଡ଼ା ପଟୁ ବାଇକ ରେ ଆସୁଥିବା ବେଳେ ଖବର ପାଇ ସେମାନଙ୍କୁ ବିଶ୍ରା ଥାନାର ମଣ୍ଡପ ଛକ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେମାନେ ସେଠାରେ ନଅଟକି ପୋଲିସ ଉପରକୁ ଗୁଳି ଚଳାଇଥିଲେ ।

ପ୍ରତ୍ୟୁତ୍ତର ରେ ପୋଲିସ ପାଲଟା ଗୁଳି ଚାଳନା କରିଥିଲେ । ପୋଲିସ ର ପାଲଟା ଗୁଳିଚଳନାରେ କିଛି ସମୟ ପରେ ଦୁଇ ଅପରାଧୀ ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଗିରଫ କରିବା ସହ ପିସ୍ତଲ , ଗୁଳି ଏବଂ ବାଇକ କୁ ଜବତ କରିଥିଲେ । ମୁସ୍ତାକ ଏବଂ ଗୁଡ଼ୁ ଙ୍କ ନାମରେ ପୂର୍ବରୁ ପ୍ଲାଣ୍ଟସାଇଟ ଏବଂ ଉଦିତନଗର ଥାନାରେ ବହୁ ଅପରାଧିକ ମାମଲା ରହିଛି । ଗୋରେ ହତ୍ୟାକାଣ୍ଡରେ ପୂର୍ବରୁ 6 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ କେତେକ ଫେରାର ଥିଲେ । ଗତ କିଛି ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗି ଥିବାରୁ ସ୍ଥିତି ଉତ୍ତେଜନା ପୂର୍ଣ ଥିଲା । ରାଉରକେଲା ପୋଲିସ ସମଗ୍ର ଘଟଣା ଉପରେ କଡା ନଜର ରଖିଛି ।

Leave A Reply

Your email address will not be published.