ସୁନ୍ଦରଗଡ : ୧୫/୫ (ସତ୍ୟାନ୍ୟୁଜ) ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ଜଣେ ନାବାଳକ ବାଇକ ଚାଳକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ନବାଳକଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ସୋମବାର ଅପରାହ୍ନରେ ସୁନ୍ଦରଗଡ ଟାଉନ୍ ଥାନା ସରକାରୀ ମହାବିଦ୍ୟାଳୟ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟଛି। ସୁଚନା ଅନୁସାରେ ସୁନ୍ଦରଗଡ଼ ସହର ଆର ଆର ଆଇ ଟି କଲୋନୀ ର ଜଣେ ବ୍ୟବସାୟୀ ଥାର ଜିପ୍ ରେ ସହର ଆଡ଼କୁ ଯାଇଥିବା ବେଳେ ଅନ୍ୟପଟରୁ ଦୃତ ଗତିରେ ଏକ ବାଇକ ଆସି ଥାର ସହିତ ପିଟି ହୋଇ ଯାଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ ଚାଳକ ନାବାଳକ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିଲେ। ଆହତ ନାବାଳକଙ୍କୁ ପ୍ରଥମେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି। ପୋଲିସ ଦୁର୍ଘଟଣା ଘଟାଇଥିବା ଉଭୟ ଗାଡ଼ି କୁ ଜବତ କରିବା ସହ ଥାର ଗାଡିର ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛନ୍ତି ।