ସୁନ୍ଦରଗଡ଼ : ଜନସେବା କେନ୍ଦ୍ରର ମାଲିକ ଛୁରା ମାଡରେ ଗୁରୁତର।। ଲୁଟ୍ ରେ ବିଫଳ ହେବାରୁ ଛୁରା ମାଡ କରିଥିଲେ ତିନି ମୁଖା ପିନ୍ଧା ଲୁଟେରା।
ସୁନ୍ଦରଗଡ଼ : ଜନସେବା କେନ୍ଦ୍ରର ମାଲିକ ଛୁରା ମାଡରେ ଗୁରୁତର।। ଲୁଟ୍ ରେ ବିଫଳ ହେବାରୁ ଛୁରା ମାଡ କରିଥିଲେ ତିନି ମୁଖା ପିନ୍ଧା ଲୁଟେରାସୁନ୍ଦରଗଡ଼ : ୧୫/୫ (ସତ୍ୟାନ୍ୟୁଜ) ଦିନ ଦ୍ବିପ୍ରହରେ ଜନ ସେବା କେନ୍ଦ୍ର ମାଲିକ ଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ ଘଟଣା କିଞ୍ଜିରିକେଲା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହଠାତ ତିନି ଜଣ ଦୁର୍ବୃତ୍ତ ଜନ ସେବା କେନ୍ଦ୍ରକୁ ଆସି ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରିଥିଲେ। କେନ୍ଦ୍ରର ପରିଚାଳକ ପ୍ରତିବାଦ କରିବାରୁ ଦ୍ରୁବୃତ୍ତ ମାନେ ଛୁରା ମାଡ଼ କରି ଫେରାର ହୋଇ ଯାଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ହୁର୍ମେଇ ବଜାର ନିକଟରେ । ଜନ ସେବା କେନ୍ଦ୍ର କରିଥିବା ବସନ୍ତ ବାରା ଦୋକାନ ରେ ଥିବା ସମୟର ଏକ ବାଇକ ରେ ତିନି ଜନ ଦୁର୍ବୃତ୍ତ ମୁଁହ ରେ ମୁଖା ପିନ୍ଧି ଆସି ପ୍ରଥମେ ବନ୍ଧୁକ ଦେଖାଇ ଡରାଇବା ସହ ଲୁଟ୍ ଉଦ୍ୟମ କରିଥିଲେ। ଏହାକୁ ପ୍ରତିବାଦ କରିବାରୁ ଛୁରା ମାଡ଼ କରିଥିଲେ ଯାହା ଫଳରେ ବସନ୍ତ ଗୁରୁତର ଆହତ ହୋଇ ପଡିଯାଇଥିଲେ। ଛୁରା ମାଡ କରିବା ପରେ ଦୁର୍ବୃତ୍ତ ମାନେ ସେଠାରୁ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକେ ବସନ୍ତ ଙ୍କୁ ଉଦ୍ଧାର କରି କିଞ୍ଜିରକେଲା ମେଡିକାଲ କୁ ପଠାଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।