ରାଉରକେଲା : ୨୫/୫ (ସତ୍ୟାନ୍ୟୁଜ) ଫେଡେରେସନ ଏଫ ଇଣ୍ଟରନେସନାଲ ଟ୍ରେଡ଼ ଇନଭେଷ୍ଟର ସଙ୍ଘ ଓଡିଶା ଶାଖାର ବୈଠକ ରାଉରକେଲାରେ ଅନୁଷ୍ଠିତ ହୋଇ ଯାଇଛି। ଦେଶ ତଥା ରାଜ୍ୟର ବିଭିନ୍ନ ଉତ୍ପାଦକକୁ କିପରି ଅନ୍ତର୍ଜାତିକ ବଜ଼ାରରେ ପହଞ୍ଚା ଯାଇ ପାରିବ ସେ ବାବଦରେ ଆଲୋଚନା ହୋଇଥିଲା। ଓଡିଶା ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନ କରିବାରେ ଏବେ ମୁଖ୍ୟ କେନ୍ଦ୍ର ପାଲିଟିଛି। ତେଣୁ ଅନ୍ତର୍ଜାତିକ ବଜ଼ାରରେ ଏହି ସାମଗ୍ରୀ ଗୁଡିକର ବେଶ ଚାହିଦା ରହିବା ସମ୍ଭାବନା ରହିଛି ବୋଲି ମତ ପ୍ରକାଶ ପାଇଥିଲା। ସଙ୍ଘର ଓଡିଶା ଶାଖା ଚେୟାରମ୍ୟାନ ବ୍ରହ୍ମା ମିଶ୍ର ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମ୍ମାନୀୟ ଅତିଥି ଭାବେ ରାଉରକେଲା ବଣିକ ସଙ୍ଘ ଅଧ୍ୟକ୍ଷ ସୁବ୍ରତ ପଟ୍ଟନାୟକ , ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ମହାନ୍ତି ଯୋଗ ଦେଇଥିଲେ । ସଙ୍ଘର ଓଡିଶା ଶାଖା ସଭାପତି ଅମିତାଭ ସାମଲ ବୈଠକରେ ଅଧ୍ୟକ୍ଷତା କରିଥିଲେ।