ଭୁବନେଶ୍ବର : ଆଜି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ।। ସନ୍ଧ୍ୟା ସାଢ଼େ ୬ଟା ବେଳେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ।

0 311

ଭୁବନେଶ୍ୱର : ୧୫/୫ (ସତ୍ୟାନ୍ୟୁଜ) ଆଜିଠାରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିବ ବିମାନ। କୌଣସି ରାଜ୍ୟରୁ ଦୁବାଇକୁ ସିଧାସଳଖ ବିମାନରେ ଓଡିଶା ପ୍ରଥମ। ଇଣ୍ଡିଗୋ ବିମାନ ସେବା କମ୍ପାନୀ ପକ୍ଷରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଦୁବାଇ ବିମାନ ବନ୍ଦରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ଏହି ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ।ରାତି ୯ଟା ୪୫ ମିନିଟ ଏହି ବିମାନ ଦୁବାଇ ପହଞ୍ଚିବ। ସେହିପରି ଦୁବାଇରୁ ୧୧ ଟା ୨୫ ମିନିଟରେ ଛାଡ଼ି ଭୁବନେଶ୍ୱରରେ ୫ଟା ୨୦ ମିନିଟରେ ପହଁଚିବ।ଏହି ସେବା ଓଡିଶାକୁ ପଶ୍ଚିମ , ମଧ୍ୟପ୍ରାଚ୍ୟ ଦେଶ ସମୂହ ତଥା ବିଶ୍ୱ ସହ ସଂଯୋଗ କରିବ।

ଦୁବାଇ ଯିବା ପାଇଁ ଟିକେଟର ମୂଲ୍ୟ ରହିଛି ୧୦ ହଜାର ଟଙ୍କା। ତେବେ ଯିବା ଆସିବା ଉଭୟ ପାଇଁ ଟିକେଟର ମୂଲ୍ୟ ୨୦ ହଜାର ଟଙ୍କା ରଖାଯାଇଛି। ସପ୍ତାହକ ମଧ୍ୟରେ ୩ ଦିନ ଉଡାଣ କରିବ। ସୋମବାର,ବୁଧବାର ଓ ଶୁକ୍ରବାର ଦୁବାଇକୁ ବିମାନ ଉଡାଣ କରିବ।
ଦୁବାଇ ଓ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ବିମାନ ସେବା ଫଳରେ ପର୍ଯ୍ୟଟନ କ୍ଷେତ୍ରକୁ ସମୃଦ୍ଧ କରିବା ସହ ନିଯୁକ୍ତିରେ ମଧ୍ୟ ସହାୟକ ହେବ। ସେହିଭଳି ଆଇଟି ଓ ମାନୁଫକଚରିଂ ଭଳି କ୍ଷେତ୍ର ଅଧିକ ଲାଭବାନ ହେବା ସହ ଓଡ଼ିଶା ପାଇଁ ନୂଆ ସମ୍ଭାବନା ଆଣିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଦୁବାଇକୁ ସିଧାସଳଖ ବିମାନ ସେବାକୁ ନେଇ ବେଶ ଆଶାବାଦୀ ଅଛନ୍ତି ଟୁର୍ ଅପରେଟର।

Leave A Reply

Your email address will not be published.