ବିରମିତ୍ରପୁର : ଜାତୀୟ ରାଜପଥ ଏବଂ ରାସ୍ତା ପାର୍ଶ୍ଵ ଡ୍ରେନ କାମ ଶୀଘ୍ର ସାରିବାକୁ ଦାବି।। ଦାବି କଲା ବିରମିତ୍ରପୁର ବିକାଶ ମଞ୍ଚ।

0 337

ବିରମିତ୍ରପୁର : ୨୪/୫ (ସତ୍ୟାନ୍ୟୁଜ) ବିରମିତ୍ରପୁର ଅଞ୍ଚଳରେ ଏବେ ୧୪୩ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ କାମ ଚାଲିଛି। ଏହା ସାଙ୍ଗକୁ ରାସ୍ତା ପାର୍ଶ୍ଵ ଡ୍ରେନ କାମ ମଧ୍ୟ ଚାଲିଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିନରେ କାମ କରୁଥିବା ଠିକା କମ୍ପାନୀର ମନ୍ଥର ଗତି ଯୋଗୁଁ ସ୍ଥାନୀୟ ଲୋକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଡ୍ରେନ ଖୋଳା ହୋଇ ପଡି ରହିଥିବାରୁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ବିରମିତ୍ରପୁର ବିକାଶ ମଞ୍ଚ ସ୍ଥାନୀୟ ଏସ୍ ଡି ପି ଓ ଙ୍କୁ ଦେଖା କରି ଏକ ସ୍ମାରକପତ୍ର ଦେଇଛନ୍ତି। ରାସ୍ତା ଏବଂ ଡ୍ରେନ କାମ ଶୀଘ୍ର ସାରିବାକୁ ବିକାଶ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

Leave A Reply

Your email address will not be published.