ରାଉରକେଲା ପୋଲିସ ଏବଂ ଅପରାଧୀ ଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଦୁଇଜଣ ଅପରାଧୀ ଆହତ ହୋଇଛନ୍ତି । ଆହତ ଦୁଇଜଣ ଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣା ଯାଇଥିଲା ଏବଂ ପରେ ବୁର୍ଲା କୁ ସ୍ଥାନାନ୍ତର କରାଯାଇଛି । ଏହି ଅପରାଧୀ ଦ୍ବୟ ରାଉରକେଲା ରେଳବାଇ କଲୋନୀ ରେ ସେପ୍ଟେମ୍ବର 11 ତାରିଖରେ ଘଟିଥିବା ଗୋରେ ଓରଫ ଜିତେନ୍ଦ୍ର ଶା ହତ୍ୟାକାଣ୍ଡରେ ସଂଶ୍ଳିଷ୍ଟ ଥିଲେ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମୁସ୍ତାକ ଏବଂ ଅନ୍ୟ ଜଣେ ପୋଲିସ ଗୁଳିରେ ଆହତ ହୋଇଥିବା କୁହାଯାଉଛି । ସୂଚନା ମୁତାବକ ମୁସ୍ତାକ ଏବଂ ତାର ଅନ୍ୟ ଜଣେ ସହଯୋଗୀ ବିଶ୍ରା ଥାନାର ମଣ୍ଡପ ନିକଟରେ ଥିବା ପୋଲିସ ଖବର ପାଇଥିଲେ । ଗୁରୁବାର ଭୋରୁ ପୋଲିସ ଏକ ସ୍ୱତନ୍ତ୍ର ଟିମ ସେଠାରେ ଚଢ଼ାଉ କରିବା ବେଳେ ଅପରାଧୀ ମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସ ର ପାଲଟା ଗୁଳିଚଳନାରେ କିଛି ସମୟ ପରେ ଦୁଇ ଅପରାଧୀ ଆହତ ହୋଇଥିଲେ । ଗୋରେ ହତ୍ୟାକାଣ୍ଡରେ ପୂର୍ବରୁ 6 ଜଣ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ଅନ୍ୟ କେତେକ ଫେରାର ଥିଲେ । ଗତ କିଛି ଦିନ ହେଲା ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଜା ଲାଗି ଥିବାରୁ ସ୍ଥିତି ଉତ୍ତେଜନା ପୂର୍ଣ ଥିଲା । ରାଉରକେଲା ପୋଲିସ ସମଗ୍ର ଘଟଣା ଉପରେ କଡା ନଜର ରଖିଛି ।