ରାଉରକେଲା : ୧୪/୫ (ସତ୍ୟାନ୍ୟୁଜ) ଆସନ୍ତାକାଲିଠାରୁ ସୁନ୍ଦରଗଡ଼ ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପୁଣି ବଢିବ ତାତି। ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢିବା ନେଇ ପୂର୍ବାନୁମାନ କରାଯାଉଛି। ଏଥିପାଇଁ ୧୫, ୧୬ ଓ ୧୭ ତାରିଖ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଏଚ୍.ଆର୍ ବିଶ୍ୱାସ୍।
ଡକ୍ଟର ବିଶ୍ୱାସ କହିଛନ୍ତି, ଆସନ୍ତା ୧୫ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା , ସମ୍ବଲପୁର ଓ ସୋନପୁର ଜିଲ୍ଲା ପାଇଁ ହିଟ୍ ୱେଭ ୱାର୍ଣ୍ଣି ଜାରି କରାଯାଇଛି। ସେହିପରେ ୧୬ ତାରିଖରେ ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ସୋନପୁର, ଅନୁଗୋଳ, ଦେବଗଡ, ବୌଦ୍ଧ ଓ ବଲାଙ୍ଗିର ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣି ଜାରି ହୋଇଛି। ଆସନ୍ତା ୧୭ ପାଇଁ ଝାରସୁଗୁଡା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗିର ପାଇଁ ୱାର୍ଣ୍ଣିଂ ଜାରି ହୋଇଛି।