କରଞ୍ଜିଆ : ବେଆଇନ ବାଲି ଉଠାଣକୁ କେନ୍ଦ୍ର କରି ଉତ୍ତେଜନା।। ଆପୋଷ ସମାଧାନ ନହେବାରୁ ବନ୍ଦ ରହିଲା ବାଲୁ ଘାଟ।

0 338

କରଞ୍ଜିଆ : ୧୨/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ବାଲି ଉଠାଣକୁ କେନ୍ଦ୍ର କରି ଦେଖାଦେଇଛି ଉତ୍ତେଜନା। ସମାଧାନର କୌଣସି ରାସ୍ତା ବାହାରି ନଥିବାରୁ ବାଲିଘାଟକୁ ବନ୍ଦ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ଘଟିଛି କରଞ୍ଜିଆ ତହସିଲ ର ଭଅଁରା ବାଲିଘାଟରେ । ବାଲି ଉଠାଣ କୁ ନେଇ ଆଜି ଚାପାଉତ୍ତେଜନା ଦେଖିବାକୁ ମିଳିଥିଲା
ଭଅଁରା ବାଲିଘାଟ ରୁ ଦିନରାତି ମେସିନ ସାହାଯ୍ୟରେ ବାଲି ଉଠାଣ କରି ହାଇୱା ସାହାଯ୍ୟରେ ଚାଲାଣ କରାଯାଉଥିଲା। ଏହି ବାଲି ଚାଲାଣ କୁ ବେଆଇନ ଦର୍ଶାଇ ଭଅଁରା ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। କିନ୍ତୁ ବାଲିଘାଟ ଲିଜ୍ ଧାରୀ ଏହାକୁ ବେଖାତିର କରି ବାଲି ଉଠାଣ ଜାରି ରଖିଥିଲେ। ଏହି ବାଲି ଉଠାଣ କୁ ନେଇ ଦୀର୍ଘ ଦିନ ହେବ ଗ୍ରାମବାସୀ ମାନେ ବିରୋଧ କରି ଆସୁଥିଲେ। ବାଲି ବ୍ୟବସାୟୀ ଏବଂ ଗ୍ରାମବାସୀ ମାନେ ସଭା କରି ଆପୋଷ ବୁଝାମଣା ପାଇଁ ପ୍ରୟାସ କରିଥିଲେ ସୁଦ୍ଧା ଏହାର କୌଣସି ସମାଧାନ ହୋଇନଥିଲା ଯାହା ଫଳରେ ଗ୍ରାମବାସୀ ମାନେ ଏହି ବାଲି ଘଟକୁ ବନ୍ଦ କରିଥିଲେ |
ତେବେ ଆଜି ପୁଣି ବାଲି ବ୍ୟବସାୟୀ ବାଲିଉଠାଣ କରୁଥିବା ଖବର ପାଇ ଗ୍ରାମବାସୀମାନେ ଏକତ୍ରିତ ହୋଇ ବାଲି ଉଠାଣ କୁ ବିରୋଧ କରିବା ସହିତ ବାଲି ଉଠାଣ ବନ୍ଦ କରିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଦୁଇ ପକ୍ଷ ମୁହାଁ ମୁହିଁ ହୋଇଥିଲେ ଏବଂ
ଉଭୟ ପକ୍ଷଙ୍କ ମଧ୍ୟ ରେ ଗଣ୍ଡଗୋଳ ହେବା ଫଳରେ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ। ଏ ବିଷୟରେ ଖବର ପାଇ ଘଟଣା ସ୍ଥଳରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ,କରଞ୍ଜିଆ ଏସଡ଼ିପିଓ ସୁଦର୍ଶନ ଗାଙ୍ଗୋଇ, କରଞ୍ଜିଆ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକ,ଚଢେଇଭୋଳ ଫାଣ୍ଡି ଅଧିକାରୀ ସାଲଖାନ ମୂର୍ମୁ ପ୍ରମୁଖ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ନାହିଁ ସେପର୍ଯ୍ୟନ୍ତ ବାଲିଘାଟ ବନ୍ଦ ରହିବ ବଲି ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା।

Leave A Reply

Your email address will not be published.