ରାଇରଙ୍ଗପୁର : ଗାଧୋଇବା ବେଳେ ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ।। ପରୀକ୍ଷା ଦେଇ ଫେରିବା ବେଳେ ସାଙ୍ଗ ମାନଙ୍କ ସହ ଗାଧୋଉ ଥିଲେ।

0 352

ରାଇରଙ୍ଗପୁର : ୧୪/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁ ପରିଡ଼ା) ଯାଇଥିଲେ ଜଏଣ୍ଟ ଏଣ୍ଟ୍ରାସ ପରୀକ୍ଷା ଦେବା ଲାଗି ଭୁବନେଶ୍ୱର। ପରୀକ୍ଷା ଦେଇ ଫେରିବା ବେଳେ ବାଟରେ ସାଙ୍ଗ ମାନଙ୍କ ସାଙ୍ଗରେ ଗାଧୋଇବାକୁ କାଠଯୋଡ଼ି ନଦୀରେ ପଶି ଯାଇଥିଲେ। କିନ୍ତୁ ସେଠାରେ ଏକ ଗଣ୍ଡରେ ବୁଡି ପ୍ରାଣ ହରାଇଥିଲେ। ଯୁବକ ଜଣକ ହେଲେ ରାଇରଙ୍ଗପୁର କୁଚେଇବୁଢୀ ଗ୍ରାମର ଅଧିବାସୀ ଆୟୁଷ ଡାକ୍ତର ଆଶିଷ କୁମାର ଗିରି ଙ୍କ ବଡ ପୁଅ ୧୮ ବର୍ଷୀୟ ତାରିଣୀ ପ୍ରସାଦ ଗିରି ।
୪ ଜଣ ସାଙ୍ଗଙ୍କ ସହ ଓଡିଶା ଜେଇଇ ପରୀକ୍ଷା ଦେବା ପାଇଁ ତାରିଣୀ ଭୁବନେଶ୍ବର ୧୧ ତାରିଖ ରାତିରେ ବାହାରିଥିଲେ | ୧୨ ତାରିଖ ସେମାନେ ପରୀକ୍ଷା ଦେଇଥିଲେ। ଫେରିବା ବେଳେ ଗାଧୋଇବାକୁ କାଠଯୋଡ଼ି ନଦୀ କୁ ଯାଇଥିଲେ । ଗଣ୍ଡରେ ବୁଡିଯାଉଥିବା ବେଳେ ସାଙ୍ଗ ମାନେ ତାରିଣୀଙ୍କୁ କଟକ ବଡ ଡାକ୍ତରଖାନା ନେଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ତାରିଣୀଙ୍କ ମର ଶରୀର ତାଙ୍କ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.