ରାଇରଙ୍ଗପୁର : ରଥଯାତ୍ରା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ।

0 295

ରାଇରଙ୍ଗପୁର : ୧୨/୫ (ସତ୍ୟାନ୍ୟୁଜ) (ଶ୍ୟାମଳେନ୍ଦୁପରିଡ଼ା) ରାଇରଙ୍ଗପୁର ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ,ସମ୍ମାନିତ ଅତିଥି ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଧକ୍ଷ୍ୟ ତଥା ରାଇରଙ୍ଗପୁର ରଥଯାତ୍ରା କମିଟି ସଭାପତି ଅଭିଶେକ ପଟ୍ଟନାୟକ,ଡାହୁକ କୃଷ୍ଣବିହାରୀ ମହାନ୍ତି,ବରିଷ୍ଟ ଆଇନଜୀବୀ ରସାନନ୍ଦ ଲେଙ୍କା,ମନୁ ଚୌଧୂରୀ,ସୁଶାନ୍ତ ମିଶ୍ର,ବରିଷ୍ଟ ନେତା ନବୀନ ରାମ,ଅରବିନ୍ଦ ବାଗାଡିଆ,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ଗୌରୀ ଶଙ୍କର ଦତ୍ତ,ବିକାଶ ମହାନ୍ତ,ସୁଭାଷ ମଣ୍ଡଳ,ଦୀପ୍ତିମାନ ବଳ,ପାର୍ଥସାରଥୀ କବି,ମନୋଜ ଦାସ,ନାରୀ ନେତ୍ରୀ ସୁଜାତା ମହାନ୍ତ,ଶ୍ବାଶତ କୁମାର ବଳ ,ଦିଲ୍ଲୀପ କୁମାର ମହାନ୍ତି,ସଚିନ ଅଗ୍ରୱାଲ , ରାଇରଙ୍ଗପୁର ମ୍ୟୁନିସିପାଲିଟି ର ବିଭିନ୍ନ ୱାର୍ଡର କାଉନସିଲର ତଥା ରାଇରଙ୍ଗପୁର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ।ଏଥିରେ ଆଗାମୀ ରଥଯାତ୍ରା କିଭଳି ସୂଚାରୁ ରୂପେ ଓ ଶାନ୍ତିଶୃଙ୍ଖଳା ସହ ହେବ ତାହା ସମସ୍ତେ ମତପୋଷଣ କରିଥିଲେ। ଉକ୍ତମାନଙ୍କୁ ପ୍ରସାଦ ବଣ୍ଟନ ସହ ରାଇରଙ୍ଗପୁର ସହରର ସ୍ଥାନେ ସ୍ଥାନେ ମୀନାବଜାର ପସରା ମେଲାଇବାର ସୂଚନା ରଥ କମିଟି ସଦସ୍ୟ ମାନେ ଯୁକ୍ତି ବାଢିଥିଲେ। ରଥଯାତ୍ରା ସମୟରେ କେଉଁଠି ବ୍ୟାରିକେଟ୍ କରାଯିବ , ମେଳା କେଉଁଠି ବସାଇବେ ଇତ୍ୟାଦି ଆଲୋଚିତ ହୋଇଥିଲା। ଶେଷରେ ସମସ୍ତଙ୍କ ସହମତି ପରେ ସଭାକାର୍ଯ୍ୟ ଶେଷ ହୋଇଥିଲା।

Leave A Reply

Your email address will not be published.