ରାଉରକେଲା : ଅନ୍ତର୍ଜାତିକ ନର୍ସ ଦିବସ ପାଳିତ।। ରାଜସ୍ଥାନ ସେବା ସଦନରେ ପାଳନ କରାଗଲା।

0 302

ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ରୋଗୀ ସେବାରେ ନର୍ସ ମାନଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଡାକ୍ତର ରୋଗ ଚିହ୍ନଟ କରି ଔଷଧ ଦେଇଥାଆନ୍ତି। ମାତ୍ର ରୋଗୀର ପ୍ରକୃତ ସେବା କରିଥାଆନ୍ତି ନର୍ସ ମାନେ। ନର୍ସ ମାନଙ୍କ ସେବାକୁ ସମ୍ମାନ ଦେବା ଲାଗି ମେ ୧୨ ତାରିଖ କୁ ଅନ୍ତର୍ଜାତିକ ନର୍ସ ଦିବସ ଭାବେ ପାଳନ କରାଯାଇଥାଏ। ରାଉରକେଲା ରାଜସ୍ଥାନ ସେବା ସଦନରେ ଆଜି ଅନ୍ତର୍ଜାତିକ ନର୍ସ ଦିବସ ପାଳିତ ହୋଇଯାଇଛି। କେକ୍ କାଟି ଏହି ଦିବସକୁ ପାଳନ କରାଯାଇଥିଲା। ରାଜସ୍ଥାନ ପରିଷଦର ଅଧ୍ୟକ୍ଷ ଶୈଳେନ୍ଦ୍ର ମାରୋଠିଆ ନର୍ସ ମାନଙ୍କୁ ସମ୍ମାନିତ କରିଥିଲେ ।

Leave A Reply

Your email address will not be published.