ରାଉରକେଲା : ବିଷାକ୍ତ ଶାଗ ଖାଇ ୧୯ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଅଭିଯୋଗ।। ଯୁବତୀଙ୍କ ମାମୁଁ ହସପିଟାଲରେ ଚିକିତ୍ସାଧୀନ।

0 675

ରାଉରକେଲା : ୧୨/୫ (ସତ୍ୟାନ୍ୟୁଜ) ଅନା ବନା ଶାଗ ଖାଉଥିଲେ ସାବଧାନ। ଚାଲି ଯାଇପାରେ ଜୀବନ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲାରେ। ରାତିରେ ଭାତ ସହିତ ବାଡ଼ିରୁ ତୋଳା ହୋଇଥିବା ଶାଗ ଖାଇବା ପରେ ଅସୁସ୍ଥ ହୋଇ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ମାମୁ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାଟି ଘଟିଛ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ସାଲେଇପାଲି ଗାଁରେ। ମୃତ ଯୁବତୀ ହେଲେ ୧୯ ବର୍ଷୀୟ ଅନୁ ବଦ୍ରା।
ଗତ ଶନିବାର ଅନୁଙ୍କ ମା’ ଶୁକୁ ବଦ୍ରା ଘର ପଛପଟ ବାଡ଼ିରୁ ଆଣିଥିବା ଶାଗକୁ ରାତିରେ ଭାଜିଥିଲେ।। ଶୁକୁ, ତାଙ୍କ ଝିଅ ଅନୁ ଓ ଭାଇ ମାନସିଂ ମୁଣ୍ଡା ରାତିରେ ଭାତ ସହିତ ସେହି ଶାଗ ଖାଇଥିଲେ। ଖାଇବାର କିଛି ସମୟ ପରେ ସମସ୍ତଙ୍କୁ ଝାଡ଼ାବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଲହୁଣୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ଅନୁଙ୍କ ଅବସ୍ଥା ଗୁରୁତର ହେବରୁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ପଠାଇ ଦିଆଯାଇଥିଲା। ରାଉରକେଲ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ବିଳମ୍ବିତ ରାତିରେ ଅନୁଙ୍କର ମୃତ୍ୟୁ ଘଟିଥିଲା।

ଅନୁଙ୍କ ମା’ ଶୁକୁ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ତାଙ୍କ ମାମୁ ମାନସିଂ ମୁଣ୍ଡା ଲହୁଣୀପଡ଼ା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.