ସୁନ୍ଦରଗଡ଼ : ରାଜଗାଙ୍ଗପୁର ଥାନା ଅଞ୍ଚଳରେ ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ମାମଲା। ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଦୌରା ଜଜ୍।
ସୁନ୍ଦରଗଡ଼ : ୧୧/୫ (ସତ୍ୟାନ୍ୟୁଜ) ଚଳନ୍ତା କାରରେ ବିଧବା ମହିଳା ଙ୍କୁ ଗଣ ଦୁଷ୍କର୍ମ ମାମଲା ରେ ତିନି ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଆଦେଶ ହୋଇଛି। କାରାଦଣ୍ଡାଦେଶ ଶୁଣାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍ । ୨୦୧୫ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳ ର ଜଣେ ବିଧବା ମହିଳା ସଂପର୍କୀୟ ଙ୍କ ଘରୁ ନିଜ ଘରକୁ ଫେରିବା ବାଟରେ ପଡୋଶୀ ତିନି ଜଣ ଯୁବକ ତାଙ୍କୁ କାରରେ ଲିଫ୍ଟ ଦେଇଥିଲେ। ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାର୍ଲା ନାମକ ଏହି ତିନି ଜଣ ଯୁବକ ତାଙ୍କୁ କାର ରେ ଘରେ ଛାଡ଼ି ଦେବେ ବୋଲି କହିଥିଲେ। ପରେ ଘରକୁ ଯିବା ରାସ୍ତାରେ ଚଳନ୍ତା କାର ଭିତରେ ଦୀର୍ଘ ୪ ଘଣ୍ଟା କାଳ ଜଣେ ପରେ ଜଣେ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ପରେ ଘର ନିକଟ ରାସ୍ତା କଡ଼ରେ ମହିଳାଙ୍କୁ ଫୋଫାଡି ଦେଇ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିଲେ। ଏହି ମାମଲା ରେ ୨୧ ଜଣ ସାକ୍ଷ୍ୟ ଓ ପ୍ରମାଣ କୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ସଜ୍ଜା ସହ ତିନି ଅଭିଯୁକ୍ତ ଙ୍କୁ ୫ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ।