ରାଉରକେଲା : ୧୧/୫ (ସତ୍ୟାନ୍ୟୁଜ) ରାଉରକେଲା ପ୍ଲାଣ୍ଟସାଇଟ ପୋଲିସ ସାଢ଼େ ସାତ ଲକ୍ଷ ଟଙ୍କାର ନକଲି ହେଆର ଅଏଲ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମହମ୍ମଦ ଜକୀର ଖାନ୍ ଏବଂ ସୟୀଦ ଅଖତର ଆନନ୍ଦ ଭବନ ଲେନ ନିକଟରେ ଏହି ନକଲି ତେଲ କାରବାର କରୁଥିଲେ। ବିଭିନ୍ନ ନାମିଦାମୀ କମ୍ପାନୀର ଲେବଲ ଲଗାଇ ଏହି ତେଲ ବଜ଼ାର ରେ ବିକ୍ରି କରୁଥିଲେ। ପୋଲିସ ମହାତାଵ ରୋଡ଼ ନିକଟରେ ଏକ ଗୋଦାମରେ ଚଢ଼ାଉ କରି ନକଲି ତେଲ ଲେବଲ ସହ ଅନ୍ୟ ସରଞ୍ଜାମ ଜବତ କରିଛନ୍ତି। ଜବତ ତେଲ ମଧ୍ୟରେ ନିହାର ନଡ଼ିଆ ତେଲ , ବାଜାଜ୍ ଆଲମଣ୍ଡ ହେଆର ଡ୍ରପ ଆଦି ରହିଛି।