ରାଇରଙ୍ଗପୁର : ୨୦ ଲକ୍ଷ ଟଙ୍କାର ଚୋରା ବିଦ୍ୟୁତ ସାମଗ୍ରୀ ଜବତ କଲେ ପୋଲିସ।। ୯ ଗିରଫ।। ୨ଟି ପିକ ଅପ ଭ୍ୟାନ , କାର ଜବତ।
ରାଇରଙ୍ଗପୁର : ୧୧/୫ ( ସତ୍ୟାନ୍ୟୁଜ) ଏକ ଟ୍ରାନ୍ସଫର୍ମର ରୁ ବିଦ୍ୟୁତ ସାମଗ୍ରୀ ଚୋରି ମାମଲାର ତଦନ୍ତ କରୁ କରୁ ପୋଲିସ ୨୦ ଲକ୍ଷ ଟଙ୍କାର ଚୋରା ବିଦ୍ୟୁତ ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ଜଣେ ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟରଙ୍କ ସମେତ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାଇରଙ୍ଗପୁର ଏସ୍ ଡି ପି ଓ କହିଛନ୍ତି। ଅପ୍ରେଲ ୨ ତାରିଖରେ ବିଶୋଇ ଥାନା ଅଞ୍ଚଳର ଶ୍ରୀରାମପୁର ଟ୍ରାନ୍ସଫର୍ମରରୁ ଚୋରି ହୋଇଥିଲା। ରିପୋର୍ଟ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ଚଢେଇଭୋଳ ଅଞ୍ଚଳରୁ ପୋଲିସ ଗୋଟିଏ ଗୋଦାମରେ ଚଢ଼ାଉ କରି ୨୦ ଲକ୍ଷ ଟଙ୍କାର ଚୋରା ବିଦ୍ୟୁତ ସାମଗ୍ରୀ ଜବତ କରିଛନ୍ତି। ଏହାସହ ୨ଟି ପିକଅପ ଭ୍ୟାନ , ଗୋଟିଏ କାର ମଧ୍ୟ ଜବତ କରାଯାଇଛି। ବିଦ୍ୟୁତ ଠିକାଦାର ଅସିତ କୁମାର ସାହୁ ତାଙ୍କ ଶାଳାଙ୍କ ସହ ମିଶି ଏହି ଚୋରି କରୁଥିବାର ପୋଲିସ କହିଛି।