ରାଉରକେଲା : ୧୦/୫ (ସତ୍ୟାନ୍ୟୁଜ) ରାଞ୍ଚି ରୋଡ଼ ଦେଇ ଝାରଖଣ୍ଡକୁ ଭାରି ଯାନ ଚଳାଚଳକୁ ବିରୋଧ କରିଛନ୍ତି ଗ୍ରାମବାସୀ। ପ୍ରତିବାଦରେ ମଙ୍ଗଳବାର ସନ୍ଧ୍ୟାରୁ ରାସ୍ତା ଅବରୋଧ ଆରମ୍ଭ ହୋଇଯାଇଛି। ବିରମିତ୍ରପୁର ର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ନେତୃତ୍ୱରେ ସଲଙ୍ଗା ବାହାଲ ଠାରେ ଏହି ରାସ୍ତା ଅବରୋଧ ହେଉଛି। ପ୍ରତିଦିନ ଏହି ରାସ୍ତାରେ ହଜାର ହଜାର ଗାଡି ଝାରଖଣ୍ଡ ଯାଉଥିବାରୁ ପ୍ରଦୂଷଣ ହେଉଛି। ରାସ୍ତା ସହ ବ୍ରିଜ ମଧ୍ୟ ଖରାପ ହେଉଛି। ହାଇୱେ ରେ ଗାଡି ନଯାଇ ଶର୍ଟକଟ ରୋଡ଼କୁ ଆପଣେଇଛନ୍ତି ଗାଡି ମାଲିକ ମାନେ। ଏହି ରାସ୍ତାରେ ପୂର୍ବରୁ ଭାରି ଯାନ ଚଳାଚଳ ବନ୍ଦ ପାଇଁ ଧାରଣା ଦିଆଯାଇଥିଲା। ମାତ୍ର କେହି ଏଥିପ୍ରତି ଧ୍ୟାନ ନଦେବାରୁ ଭାରି ଯାନ ଚଳାଚଳକୁ ବନ୍ଦ କରାଯାଇଛି ବୋଲି ଜର୍ଜ ତିର୍କୀ କହିଛନ୍ତି। ବସ ଏବଂ ଅନ୍ୟ ଛୋଟ ଗାଡି ଚାଲୁଥିବା ବେଳେ କେବଳ ଭାରି ଯାନ ବନ୍ଦ କରାଯାଇଛି।